ଏକ୍ସପ୍ରେସ୍ ଟ୍ରେନ୍‌ ଧକ୍କାରେ ୩ହାତୀ ମୃତ

ରାଞ୍ଚି : ଏକ୍ସପ୍ରେସ୍‌ ଧକ୍କାରେ ୩ ହାତୀ ମୃତ। ଗତ ରାତିରେ ଜାମସେଦପୁର-ହାଓ୍ୱଡା ଟ୍ରେନ୍‌ ଲାଇନରେ ଗିଧାନି ଷ୍ଟେସନ ନିକଟରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଅାସୁଥିବା ସମୟରେ ୩ ହାତୀ ଏହା ସମ୍ମୁଖକୁ ପଶିଅାସିଥିଲେ।

ଟ୍ରେନ୍‌ ଧକ୍କାରେ  ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଜାମସେଦପୁର୍-ହାଓ୍ୱଡା ଲାଇନ୍‌ରେ କିଛିସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

You might also like