ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ଟଳିପଡ଼ିଲେ ୩ ଭାରତୀୟ ଯବାନ

ଜମ୍ମୁ: ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ ଜମ୍ମୁ ଓ କାଶ୍ମୀରର ବାରମୁଳା ଜିଲ୍ଲା ସାପୁରରେ ସିଆରପିଏଫ୍ ଓ ପୋଲିସ ତନଖି କରୁଥିବା ବେଳେ ଜଣେ ଆତଙ୍କବାଦୀ ଗୁଳିଚାଳନା କରିଥିଲା। ଚେକିଂ ପୋଷ୍ଟ ପାଖରେ ପହଞ୍ଚିବା ପରେ ଆତଙ୍କବାଦୀ ଜଣକ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ୩ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି।

ଏଥି ସହ ୨ ଜଣ ଗୁରୁତର ଅଛନ୍ତି।  ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହିଦ ଯବାନ ହେଲେ ହେଡ କନେଷ୍ଟବଲ ରାଜୀବ ଶର୍ମା, କନେଷ୍ଟବଲ ସତପାଲ ଏବଂ କନେଷ୍ଟବଲ ଖରାଡେ ହେଡ କନେଷ୍ଟବଲ ଏମସି ଘୋଷ ଓ କନେଷ୍ଟବଲ ଜାଭେଦ୍ ଗୁରୁତର ଥିବା ସିଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।

You might also like