ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ଖାଦ୍ୟ ପରସି କରି ଚର୍ଚ୍ଚାରେ ମହିଳା
ହାଇଦ୍ରାବାଦ: ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଭୋଜନ। ସବୁ କିଛି ସ୍ୱତନ୍ତ୍ର ହେବା ଉଚିତ୍। ତେଣୁ ଜ୍ୱାଇଁ ଆସୁଥିବା ଜାଣି ଶାଶୂ ରାନ୍ଧିଛନ୍ତି ୬୭ ପ୍ରକାର ବ୍ୟଞ୍ଜନ। ଜ୍ୱାଇଁଙ୍କୁ ଏମିତି ସମ୍ମାନ ଜଣାଇଛନ୍ତି ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା ।
ସାଧାରଣତଃ ଜ୍ୱାଇଁମାନେ ଘରକୁ ଆସିଲେ ସେମାନଙ୍କୁ ଅଧିକ ସମ୍ମାନ ଦିଆଯାଇଥାଏ। ଖାଇବାଠୁ ଆରମ୍ଭ କରି ରହିବା, ବୁଲାବୁଲି ଓ ସର୍ପ୍ରାଇଜ୍ ପ୍ଲାନିଂ ସବୁକିଛିର ଆୟୋଜନ ହୋଇଥାଏ। ତେବେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ଖାଦ୍ୟ ରୋଷେଇ କରି ଏବେ ଚର୍ଚ୍ଚାରେ ଆନ୍ଧ୍ର ପ୍ରଦେଶର ଜଣେ ମହିଳା। ସୋସିଆଲ୍ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେଉଛି।
ଘଟଣା ଥିଲା ଏମିତି…
ଜ୍ୱାଇଁ ପୁଅ ଘରକୁ ଆସୁଥିବାରୁ ଶାଶୂ ହିସାବରେ ସମ୍ପୃକ୍ତ ମହିଳା ଜଣକ କଦଳୀ ପତ୍ରରେ ୬୭ ପ୍ରକାର ଆଇଟମ ପ୍ରସ୍ତୁତ କରିଥିଲେ। ଟେବୁଲ ଉପରେ ସଜେଇ ରଖିବା ସହ କନ୍ନଡ଼ ଭାଷାରେ ସ୍ୱାଗତ କରିବାର ଭିଡିଓ ଭାଇରାଲ୍ ହୋଇଛି। starterରେ ମିଣ୍ଟ୍ ଜୁସ୍, ବେବି କର୍ଣ୍ଣ ଫ୍ରାଏ, ଭେଜିଟେବଲ୍ ସୁପ୍, cauliflower fry, cucumber roll ସମେତ ଅନ୍ୟ କିଛି ଆଇଟମ୍ ଥିଲା। ମିଠା ଆଇଟମ୍ ଭିତରେ mango roll, motichoor laddoo ସମେତ ଅନେକ ଖାଦ୍ୟ ଥିଲା। ମେନ୍ କୋର୍ସରେ ଟମାଟୋ ପିକେଲ୍, ଲେମନ୍ ପିକେଲ୍, ଭେଜିଟେବଲ୍ ବିରିୟାନୀ, ପଟାଟୋ ଫ୍ରାଏ ସମେତ ଆହୁରି ଅନେକ ଖାଦ୍ୟକୁ ସାମିଲ କରାଯାଇଥିଲା। ସେହିପରି Dessertsରେ mango strawberry payasam, ragi dessert, banana icecream ଇତ୍ୟାଦି ଜ୍ୱାଇଁକୁ ପରସି ଥିଲେ ମହିଳା ଜଣକ। ଏହାକୁ ନେଇ ଟ୍ୱିଟରରେ ମହିଳାଙ୍କୁ ଅଧିକାଂଶ ଲୋକ ପ୍ରଶଂସା କରିଛନ୍ତି।
ମହିଳା ଜଣକ ଏତେ ପ୍ରକାରର ଖାଦ୍ୟ ରୋଷେଇ କରି ଏହାକୁ ଅତି ସୁନ୍ଦର ଭାବରେ ସଜେଇ ଯେଉଁଭଳି ଭାବରେ ସ୍ୱାଗତ କରୁଛନ୍ତି, ଲୋକମାନେ ଏହା ଅତି ସୁନ୍ଦର ବୋଲି କହିଛନ୍ତି।
ତେବେ, ଏହି ଘଟଣାକୁ ନେଇ ଜଣେ ୟୁଜର୍ କହିଛନ୍ତି ପ୍ରକୃତରେ ମହିଳା ଜଣକ ଏକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଯାହାର ଥିମ୍ ଥିଲା “ ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଭୋଜନ”। ପ୍ରକୃତରେ ଏହି ମହିଳାଙ୍କ ଜଣେ ପୁଅ ଅଛନ୍ତି ଓ ସେ ସ୍କୁଲରେ ପଢ଼ନ୍ତି। ତାଙ୍କର କେହି ଜ୍ୱାଇଁ ନାହାନ୍ତି ବା ତାଙ୍କ ପାଇଁ ସେ ଏପରି ରୋଷେଇ କରି ନାହାନ୍ତି।
This lady has prepared a 67-item Andhra five-course lunch for her visiting son-in-law, consisting of a welcome drink, starters, chaat, main course and desserts! Wow! #banquet pic.twitter.com/Li9B4iNFvc
— Ananth Rupanagudi (@rananth) July 8, 2020