ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପାଇବେ ଡବଲ ଦରମା, ଏହି ରାଜ୍ୟ ସରକାର କଲେ ଘୋଷଣା

ଚଣ୍ଡୀଗଡ଼: ସାରାଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଏଭଳି କଠିନ ସମୟରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଅନେକ ସଂସ୍ଥା, ଏପରିକି ସାଧାରଣ ଲୋକ ମଧ୍ୟ  ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଏସବୁ ଭିତରେ ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି।

ହରିୟାଣା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଯେଉଁମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କର ଦରମା ଦ୍ୱିଗୁଣା ବଢା ଯିବ ବୋଲି ହରିୟାଣା ସରକାର ଘୋଷଣା କରିଛନ୍ତି

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କର ଦରମା ଦ୍ୱିଗୁଣା କରାଯିବା ନେଇ ଗୁରୁବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି।

ସୂଚନାଥାଉ କି, କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like