୫ ହଜାର ଟଙ୍କା ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଗତବର୍ଷ Xiaomi ଲଞ୍ଚ୍‌ କରିଥିବା ଫ୍ଲାଗ୍‌ଶିପ୍‌ ସ୍ମାର୍ଟଫୋନ୍‌ Mi 10ର ଦାମ୍‌ କମ୍‌ ହୋଇଛି।ଏହା ହେଉଛି କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍‌, ଯେଉଁଥିରେ ୧୦୮ ମେଗାପିକ୍ସେଲ୍‌  କ୍ୟାମେରା ରହିଛି। କମ୍ପାନୀ ପକ୍ଷରୁ ଏହି ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ର ଦାମ୍‌କୁ କମ୍‌ କରାଯାଇଛି। ଏବେ ଭାରତରେ ଏହି ଫୋନ୍‌ ୫ ହଜାର ଟଙ୍କା ଶସ୍ତାରେ ଆପଣମାନେ କିଣିପାରିବେ।

Xiaomi Mi 10ର ଦୁଇଟି ଭାରିଏଣ୍ଟ୍‌ସ୍‌ ଉପଲ୍ଲବ୍ଧ ଥିବାବେଳେ ଦୁଇଟି ଯାକ ଭାରିଏଣ୍ଟ୍‌ ୫ ହଜାର ଟଙ୍କା ଶସ୍ତା ହୋଇଛି। 8GB+128GB ଭାରିଏଣ୍ଟ୍‌ ୪୯,୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇ ଥିବାବେଳେ ବର୍ତ୍ତମାନ ଏହାର ଦାମ୍‌ କମ୍‌ ହୋଇ ୪୪,୯୯୯ ଟଙ୍କା ହୋଇଛି। ସେହିପରି 8GB RAM+ 256GB ଷ୍ଟୋରେଜ୍‌ ଭାରିଏଣ୍ଟ୍‌କୁ ୫୪,୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିବା ବେଳେ ଏବେ ଏହା ୪୯,୯୯୯ ଟଙ୍କାରେ ଉପଲ୍ଲବ୍ଧ। ଗ୍ରାହକ ଚାହିଁଲେ କୋରଲ୍‌ ଗ୍ରୀନ୍‌ ଓ Twilight Grey ରଙ୍ଗର ମଧ୍ୟ କିଣିପାରିବେ।

Xiaomi Mi 10 ଫିଚର୍ସ…

  • ୬.୬୭ ଇଞ୍ଚ ଫୁଲ୍‌ ଏଚ୍‌ଡି+ଡିସ୍‌ପ୍ଲେ ସହ 1080×2340 ପିକ୍ସେଲ୍‌ resolution।
  • ଡିସ୍‌ପ୍ଲେର ପ୍ରୋଟେକ୍ସନ ପାଇଁ ଫୋନ୍‌ର ଉପରେ Corning Gorilla Glass 5ର ଏକ କୋଟିଙ୍ଗ୍‌ ରହିଛି।
  • ଯଦି ଆମେ ପ୍ରୋସେସର୍‌ କଥା କହିବା, ତା’ହେଲେ ଏହି ସ୍ମାର୍ଟଫୋନ୍‌ Qualcomm Snapdragon 865 ପ୍ରୋସେସର୍‌ ରହିଛି।

Xiaomiର ଫ୍ଲାଗ୍‌ଶିପ୍‌ ସ୍ମାର୍ଟଫୋନ୍‌ Mi 10 ମାର୍କେଟ୍‌ରେ ୨ ପ୍ରକାରର ଉପଲ୍ଲବ୍ଧ। ଗୋଟିଏ ୧୨୮ ଜିବି ଓ ଅନ୍ୟଟି ୨୫୬ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌। ଏହି ସ୍ମାର୍ଟଫୋନ୍‌ Android 10 ଅପ୍‌ରେଟିଙ୍ଗ୍‌ ସିଷ୍ଟମ୍‌ରେ କାମ କରୁଛି।

ଯଦି ଆମେ କ୍ୟାମେରା କଥା କହିବା, Mi 10ରେ ୧୦୮ ମେଗାପିକ୍ସେଲ୍‌ର ପ୍ରାଇମେରୀ କ୍ୟାମେରା ସହ f/1.69 aperture ରହିଛି। ଏହି ସ୍ମାର୍ଟଫୋନ୍‌ରେ ଡୁଆଲ୍‌ ସିମ୍‌ ସପୋର୍ଟ ରହିଛି। ଏହାସହ ସେଫ୍ଟି ପାଇଁ ଏହି ସ୍ମାର୍ଟଫୋନ୍‌ରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍‌ ସେସ୍‌ନସର୍‌ ଓ ଇନ୍‌ଫ୍ରାରେଡ୍‌ ସେସନ୍‌ସର୍‌ ରହିଛି। ସେହିପରି ପାୱାର୍‌ ପାଇଁ Xiaomi Mi 10ରେ 4780mAh ବ୍ୟାଟେରୀ ରହିଛି।

You might also like