• translate
Sarbeswar

ନୂଆଦିଲ୍ଲୀ: ସାଧାରଣ ଭାବରେ ହାତୀ ଉପରେ ବସି ଲୋକମାନେ ବୁଲନ୍ତି। ଏମିତିରେ ବି ଖରାଦିନରେ ଗାଁକୁ ଗାଁ ମାହୁନ୍ତମାନେ ହାତୀ ନେଇ ଗାଁକୁ ବୁଲିବାକୁ ଆସନ୍ତି। କାରଣ ହାତୀ ପୋଷ ମାନେ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଆମେ ଏମିତି ଏକ ହାତୀ କଥା କହୁଛୁ ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡ଼ିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଜଣେ ବ୍ୟକ୍ତି ନିଜ କାନ୍ଧରେ ହାତୀକୁ ନେଇ ରାସ୍ତାରେ ଦୌଡୁଛନ୍ତି। କାହିଁକି ଦୌଡୁଛନ୍ତି, ତାଙ୍କର ଏତେ ବଳ କେମିତି ଆସିଲା ଯେ, ହାତୀ ପରି ବିଶାଳ ଯନ୍ତୁକୁ ଧରି କାନ୍ଧରେ ବସାଇ ଦୌଡ଼ିଲେ। ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ।

ତେବେ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ସବୁ ମଧ୍ୟରେ ଏବେ ଏହି ଭିଡିଓ ବି ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହେବା ସହିତ ଲୋକଟିର ସାହସକୁ ପ୍ରଶଂସା ବି କରୁଛନ୍ତି। ଲୋକେ ବ୍ୟକ୍ତିଙ୍କର ପ୍ରଶଂସା କରି କହୁଛନ୍ତି ଯେ ଇଏ ହେଉଛନ୍ତି ଅସଲୀ ‘ବାହୁବଲୀ’। ତେବେ ଏହି ଭିଡିଓକୁ ଇଣ୍ଡିଆନ୍ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ସୂଚନା ଅନୁସାରେ, ହାତୀ ଛୁଆଟି କାଦୁଅରେ ଫସି ଯାଇଥିଲା, ଜଣେ ବ୍ୟକ୍ତି ନିଜ କାନ୍ଧରେ ବସାଇ ଛୋଟ ହାତୀକୁ ଚିକିତ୍ସା କରି ପୁଣି ଜଙ୍ଗଲରେ ଛାଡ଼ିଦେଇଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ସେୟାର ହେବାର କିଛି ସମୟ ଭିତରେ ଲକ୍ଷାଧିକ ଲୋକ ଭିଡ଼ିଓଟିକୁ ଦେଖିସାରିଛନ୍ତି।

ଅନେକ ସମୟରେ ଦେଶରେ ମଣିଷ କେମିତି ପଶୁମାନଙ୍କ ଉପରେ ଅତ୍ୟାତାର କରୁଛି ତାହାର ଗୋଟିଏ ପରେ ଗୋଟିଏ ଛବି ଦେଖିବାକୁ ମିଳୁଛି। କିନ୍ତୁ ଆଜିର ଏହି ଭିଡ଼ିଓକୁ ଯିଏ  ଦେଖିବ ସିଏ ବି କହିବ ଆଜିର ଦିନରେ ବି ଅନେକଙ୍କ ପାଖରେ ମଣିଷ ପଣିଆ ବଂଚିଛି। ଏଠାରେ କହିରଖୁ ଯେ, ପୂର୍ବରୁ ଆମ ରାଜ୍ୟରେ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ କି ଖାଦ୍ୟ ସାମଗ୍ରୀରେ ବିସ୍ଫୋରକ ସାମଗ୍ରୀ ନିରୀହ ପଶୁମାନଙ୍କୁ ଖାଇବାକୁ ଦେଇଛନ୍ତି। ଯାହା ଫଳରେ ସେମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। କିନ୍ତୁ ଆଜିର ଏହି ଖବର ନିଶ୍ଚିତ ଭାବରେ ପଶୁଙ୍କ ପାଇଁ ମଣିଷ ମନରେ କେତେ ଭଲପାଇବା ରହିଛି ତାହା ଦର୍ଶାଉଛି ଏବଂ ବାର୍ତ୍ତା ଦେଉଛି କି ପଶୁଙ୍କ ପ୍ରତି ନିଷ୍ଠୁର ନହୋଇ ସେମାନଙ୍କୁ ଆଦାର କରିବା ପାଇଁ।

Other Stories