• translate
Satyendu Shekher Mishra

ମହାରାଷ୍ଟ୍ର: ଆସୁଛି ତୃତୀୟ ଲହର । କରୋନା ମହାମାରୀର ଦ୍ୱିତୀୟ ଲହରୀର ମୁକିବଲା ଚାଲିଥିବା ବେଳେ ଏବେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା ମେଳାଇ ପାରେ ବୋଲି ଆଶଙ୍କା କରାଯାଉଛି । ଯଦି ଏହିଭଳି ପରିସ୍ଥିତି ଲାଗି ରହେ ତେବେ ତୃତୀୟ ଲହର ଆସିବା ପ୍ରାୟ ନିଶ୍ଚିତ ବୋଲି କହିଲେ ଚଳିବ ।

ମୁମ୍ବାଇରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିସାରିଛନ୍ତି । ତୃତୀୟ ଲହର, ଦ୍ୱିତୀୟ ଲହର ଅପେକ୍ଷା ଦୁଇଗୁଣ ମାରାତ୍ମକ ହୋଇପାରେ । ତେବେ ମୁଖ୍ୟ କଥା ହେଉଛି ଏଥିରେ ଶିଶୁ ଓ ଯୁବକ ଏତେ ମାତ୍ରାରେ ପ୍ରଭାବିତ ହୋଇନପାରନ୍ତି । ଯୁବକ ଓ ମଧ୍ୟ ବୟସ୍କ ଲୋକେ ପ୍ରଥମ ଓ ଦ୍ୱିତୀୟ ଲହରେ ଆକ୍ରାନ୍ତ ହୋଇଛନ୍ତି । ଆଣ୍ଟିବଡି ସୃଷ୍ଟି ହୋଇଥିବାରୁ ସେମାନେ ଆକ୍ରାନ୍ତ ହେବା ଆଶଙ୍କା କମ୍ ରହିଛି । ସେହିଭଳି ଶିଶୁ ବି ଏତେ ପ୍ରଭାବିତ ହେବେନି ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । WHO-AIIMS ଟିମ୍ ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ଆସିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏବେ କିନ୍ତୁ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାରୁ ରାଜ୍ୟ ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହାସହ ମହାରାଷ୍ଟ୍ର ସରକାର ତୃତୀୟ ଲହର ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

କରୋନାର ଏହି ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲ୍ଥ ସର୍ଭିସ ଦ୍ୱାରା କିଛି ଦିନ ପୂର୍ବେ ଜାରି କରାଯାଇଥିବା ଏହି ଗାଇଡଲାଇନ୍‌ରେ କୁହାଯାଇଛି ଯେ, ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯିବା ଅନୁଚିତ ।

ଏହା ଛଡ଼ା ନିଜେ ନିଜେ କୌଣସି ଔଷଧ କିଣି ଖାଇବାକୁ ବାରଣ କରାଯାଇଛି । ଦେଖି ଚାହିଁ ଉପଯୁକ୍ତ ବିଚାର କରି HRCT ଇମେଜିଂ କରାଯିବା ଉଚିତ । ଶିଶୁଙ୍କ କ୍ଷେତ୍ରରେ ରେମଡେସିଭିର ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରାଯାଇଛି । କାରଣ ଏହାର ବ୍ୟବହାର ନେଇ ସୁରକ୍ଷା ଓ ଉପଯୁକ୍ତ ଡାଟାର ଅଭାବ ରହିଛି । ୧୨ ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ବାପା ମାଆଙ୍କ ତତ୍ୱାବଧାନରେ ୬ ମିନିଟ ବିଶିଷ୍ଟ ଓ୍ୱାକ୍ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।

Other Stories