ଜୁଲାଇରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ:ବର୍ଷର ତୃତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ପଡ଼ିବ ଜୁଲାଇ ମାସରେ। ଜୁଲାଇ ୫ ତାରିଖରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ୬ଟି ରାଶି ପାଇଁ ଖୁବ୍‌ ଶୁଭଫଳ ଦାୟୀ ହେବ। କେଉଁ ସମୟରେ ଗ୍ରହଣ ଲାଗିବ, ହାଣ୍ଡିଛାଡ ଏବଂ ପାକତ୍ୟାଗ ହେବ ସେ ବିଷୟରେ ଆସନ୍ତୁ ଜାଣିବା।

୫ ଜୁଲାଇରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସକାଳ ୮ଟା ୩୭ ମିନିଟ୍‌ରେ ହେବ ଏବଂ ୧୧ଟା ୨୨ ମିନିଟ୍‌ରେ ମୋକ୍ଷ ହେବ। ଯେହେତୁ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ତେଣୁ ଏଥିରେ ପାକତ୍ୟାଗ ନାହିଁ ବୋଲି କୁହାଯାଇଛି।

ତେବେ ଏହି ଚନ୍ଦ୍ରଗ୍ରହଣ ଧନୁ ରାଶିରେ ଲାଗିବ। ତଣୁ ଏହି ରାଶିଧାରି ବ୍ୟକ୍ତିଙ୍କ ପାଇଁ ଅନେକ ସମସ୍ୟା ରହିଥିବା କୁହାଯାଉଛି।

ଅନ୍ୟପକ୍ଷେ ଏହି ଚନ୍ଦ୍ରଗ୍ରହଣ ପ୍ରଭାବରେ ବୃଷ, ସିଂହ, ତୁଳା, କୁମ୍ଭ ଏବଂ ବିଛା ରାଶି ପାଇଁ ବହୁତ୍ ଶୁଭ ଫଳ ରହିଛି।

You might also like