୮ ଲକ୍ଷ ଟଙ୍କାର ପିଆଜ ଚୋରି କରିନେଲେ ଚୋର

ପାଟଣା: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ଚୋରିର ଉଦ୍ଦେଶ୍ୟ ମଧ୍ୟ ବଦଳି ଯାଇଛି। ଆପଣ ସୁନା, ରୁପା କିମ୍ବା ଦାମୀ ସାମଗ୍ରୀ ଚୋରି ହେବାକଥା ନିଶ୍ଚୟ ଶୁଣିଥିବେ ହେଲେ କେବେ ପିଆଜ ଚୋରି ହେବାକଥା ଶୁଣିଛନ୍ତି କି? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିହାର ରାଜଧାନୀ ପାଟଣାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ଜଣେ ବ୍ୟବସାୟୀଙ୍କ ଗୋଦାମରୁ ୩୨୫ ପ୍ୟାକେଟ୍ ପିଆଜ ବସ୍ତା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଯାହାର ବଜାର ମୂୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ। ଗତକାଲି ସକାଳେ କିଛି ଦୁର୍ବୃତ୍ତ ବ୍ୟବସାୟୀଙ୍କ ଗୋଦାମ ଘରେ ପଶି ଏହି ଲୁଟ୍ ପାଟ କରିଛନ୍ତି। ଦୁର୍ବୃତ୍ତମାନେ ଖାଲି ପିଆଜ ଚୋରି କରି ନାହାନ୍ତି ଗୋଦାମ ଘରେ ଥିବା ଆଲ୍‌ମିରା ଭାଙ୍ଗି ଟଙ୍କା ମଧ୍ୟ ନେଇ ଯାଇଛନ୍ତି।

ଏତେ ସଂଖ୍ୟାରେ ବସ୍ତାକୁ ଦୁର୍ବୃତ୍ତ ମାନେ କିପରି ନେଲେ ଏବେ ତାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏଥିସହ ଚୋରମାନଙ୍କୁ ଧରିବା ପାଇଁ ପୁଲିସ୍‌ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି।

ଗତ ସପ୍ତାହ ମଧ୍ୟରେ ବିହାରରେ ପିଆଜ ଦର ୭୦ ଟଙ୍କା ପାର କରିଛି। ଆଉ ଏବେ ପିଆଜ ଚୋରି ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like