ପ୍ରଥମେ ୯୦ ଲକ୍ଷର ଫ୍ଲାଟ କିଣିଲେ, ତିନି ମାସରେ ସୁଡ଼ଙ୍ଗ ତିଆରି କରି ଡାକ୍ତରଙ୍କ ଘରୁ ଲୁଟିନେଲେ ରୁପା ଭର୍ତ୍ତି ବାକ୍ସ

ଚୋରି କରିବାକୁ ମାଷ୍ଟର ପ୍ଲାନ୍

ଜୟପୁର: ଚୋରି କରିବାକୁ ମାଷ୍ଟର ପ୍ଲାନ୍। ଚୋରି କରିବାକୁ ୯୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଲେ, ଆଉ ତା’ପରେ ଡାକ୍ତରଙ୍କୁ ଲୁଟିଲେ। ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ୨୦ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳି ଚୋର ଗ୍ୟାଙ୍ଗ ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତରଙ୍କ ଘରେ କଳାକନା ବୁଲାଇଦେଇଛନ୍ତି। ଘର ବେସମେଣ୍ଟରେ ଥିବା   ଥିବା କୋଟି କୋଟି ଟଙ୍କାର ତିନୋଟି ରୁପା ବାକ୍ସକୁ ଧରି ଛୁ ମାରିଛନ୍ତି  ଅଭିଯୋଗ ପରେ ଏବେ ପୋଲିସ ମାମାଲାର ଛାନଭିନ୍ କରି ଚୋରକୁ ଖୋଜୁଛି।

ରାଜସ୍ଥାନ ଜୟପୁର ବୈଶାଳୀନଗର ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ଆମ୍ରପଲ୍ଲୀ ସର୍କଲ ନିକଟସ୍ଥ ନାମିଦାମୀ ହେୟାର ହେୟାରପ୍ଲାଣ୍ଟ ଡାକ୍ତର ଡାକ୍ତର ସୁନୀତ ସୋନୀଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଛି। ସୋନୀ ତାଙ୍କ ଘରେ ବେସମେଣ୍ଟରେ ରୁପାରେ ଭରା ତିନୋଟି ବାକ୍ସ ରଖିଥିଲେ।  ତେବେ ଏସମ୍ପର୍କରେ ତାଙ୍କ ପରିବାର ଛଡ଼ା କାହାକୁ କିଛି ଜଣାନଥିଲା। ଦୁର୍ଭାଗ୍ୟବଶତଃ ଚୋରଙ୍କ କାନରେ ପହଞ୍ଚିଯାଇଥିଲା ରୁପାରେ ଭରା ବାକ୍ସ କଥା । ଆଉ ଏଥିପାଇଁ ଅତ୍ୟନ୍ତ ସତର୍କତା ସହ ଏକ ଫୁଲପ୍ରୁଫ୍ ଯୋଜନା ପ୍ରସ୍ତୁତ କରିଥିଲେ ଚୋର ଗ୍ୟାଙ୍ଗ।

ଯୋଜନା ଅନୁସାରେ ପ୍ରଥେମ ଡାକ୍ତର ସୁନୀତଙ୍କ ଘର ପଛ ପାଖକୁ ଲାଗି ୯୦ ଲକ୍ଷ ଟଙ୍କାର ଏକ ବିରାଟ ଫ୍ଲାଟ କିଣିଥିଲେ । ଆଉ ତା’ପରେ ୩ ମାସ ପର୍ଯ୍ୟନ୍ତ ଡାକ୍ତରଙ୍କ ଘରକୁ ଯିବା ପାଇଁ ସୁଡ଼ଙ୍ଗ ତିଆରି କରିଥିଲେ। ଏତେ ସାବଧାନତା ସହ ଲୁଟ୍ ଯୋଜନା କରାଯାଇଥିଲା, ହେଲେ ଏ ସମ୍ପର୍କରେ କାହାକୁ ଟିକିଏ ମାତ୍ର ସନ୍ଦେହ ହୋଇନଥିଲା। ସୁଡ଼ଙ୍ଗ ଖୋଲିବା ପରେ ଚୋର ଗ୍ୟାଙ୍ଗ ଡାକ୍ତରଙ୍କ ଘରର ବେସମେଣ୍ଟ‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଏବଂ ରୁପା ବାକ୍ସ ଚୋରି କରିନେଇଥିଲେ। ତେବେ ଚୋରି ହେବା ପରେ ମଧ୍ୟ ଡାକ୍ତର ଏ ସମ୍ପର୍କରେ ଜାଣିପାରିନଥିଲେ। ପାଖାପାଖି ୨ ଦିନ ପରେ ବେସମେଣ୍ଟ୍ ଅଣ୍ଡାଳିବା ପରେ ଚୋରି ସମ୍ପର୍କରେ ଜାଣିଥିଲେ, ଆଉ ତାହା ଦେଖି ଡାକ୍ତରଙ୍କର ହୋସ ଉଡ଼ିଯାଇଥିଲା। ତେବେ ଏନେଇ ଡାକ୍ତର ସୁନୀତ ପୋଲିସକୁ ସ୍ପଷ୍ଟ ରୂପେ କିଛି ସୂଚନା ଦେଇନାହାନ୍ତି।

ତେବେ ପୋଲିସ ସୂଚନା ଅନୁସାରେ, ତିନିମାସ ପୂର୍ବରୁ ତିନୋଟି ରୁପା ଭର୍ତ୍ତି ବାକ୍ସକୁ ବେସମେଣ୍ଟରେ ପୋତିବା ସହ ତା’ଉପରେ କଂକ୍ରିଟ୍‌ର ଢଳେଇ କରିଦେଇଥିଲେ ଡାକ୍ତର। ଚୋରି ହୋଇଥିଲେ ସୁଦ୍ଧା  ଡାକ୍ତର ଅଧିକ କିଛି କହିବା ପାଇଁ ରାଜି ନୁହଁନ୍ତି। ଚୋରି କରିଥିବା ଗ୍ୟାଙ୍ଗରେ ତିନି ଜଣ ଚୋର ଥିବା ପୋଲିସ ଅନୁମାନ କରୁଛି। ଡାକ୍ତରଙ୍କ ପାଖ ଲୋକ ଏହି ଚୋରିରେ ସଂପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ୍।

You might also like