ଏହି ରାଜ୍ୟମାନଙ୍କରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଲକ୍ଷ୍ନୌ: ଦିଲ୍ଲୀ ପରେ ଏବେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ସେରୋଲଜିକାଲ ସର୍ଭେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ସର୍ଭେ ଆରମ୍ଭ କରାଯାଇଛି । ସେହିଭଳି ଗୋଆ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ସେରୋଲଜିକାଲ ସର୍ଭେ କରାଯଉଛି ।

ଗୋଟିଏ ଦିନ ପ୍ରାୟ ୨୦ ହଜାର ସଂକ୍ରମଣ ବଢିବା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଛି।  ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ପ୍ରାୟ ୩ ହଜାର ସଂକ୍ରମିତ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ପାର ହୋଇଛି ।

ସେହିଭଳି ଦେଶରେ ଗତକାଲି ସର୍ବାଧିକ ୧୯ ହଜାର ୯୦୬ ଜଣ ସଂକ୍ରମିତ ହୋଇଥିବାବେଳେ ୪୦୨ ଜଣଙ୍କ ମୃତ୍ୟୁ  ହୋଇଥିଲା । କରୋନା ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୧୬ ହଜାର ୯୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ଟପିଛି।  ଏବେ ଆକ୍ଟିଭ୍ କେସ୍ ୨ ଲକ୍ଷ ୩ ହଜାର ୫୧ ଥିବାବେଳେ, ୩ ଲକ୍ଷ ୯ ହଜାର ୭୧୩ ଜଣ ସୁସ୍ଥ ହେଲେଣି।

You might also like