ମେ ପହିଲାରୁ କିଛି ନିୟମରେ ପରିବର୍ତ୍ତନ : ତୁରନ୍ତ ଶେଷ ନକଲେ ବନ୍ଦ ହୋଇପାରେ ହ୍ୱାଟସଆପ ସେବା

ଟେକ୍ନୋଲୋଜି ଦୁନିଆରେ ମେ ୧ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ୟୁଜରଙ୍କ ଉପରେ ପଡ଼ିବ । ଏପରିସ୍ଥଳେ ୟୁଜରଙ୍କୁ ହ୍ୱାସଟସଆପ୍ ସମେତ ଅନ୍ୟ ସବୁ କାମ ଶେଷ କରିନେବା ଜରୁରୀ । ସମୟ ପୂର୍ବରୁ କାମ ଶେଷ ନକଲେ ହ୍ୱାସଟଆପ୍ ବନ୍ଦ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ ସେବାରେ ପରିବର୍ତ୍ତନ ହେବାକୁ ଯାଉଛି . . .

ହ୍ୱାଟସଆପ୍ ପକ୍ଷରୁ ବର୍ଷ ଆରମ୍ଭରୁ ନୂଆ ପଲିସିର ଘୋଷଣା କରାଯାଇଥିଲା । ଯାହାର  ଡେଡଲାଇନ୍ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଦିଆଯାଇଥିଲା । ତେବେ ବିବାଦରେ ଫସିବା ପରେ ଡେଡଲାଇନକୁ ବୃଦ୍ଧି କରି ୨୦୨୧ ମେ ୧୫ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି  ଏବଂ ସେଥିପାଇଁ ଆପଣଙ୍କୁ ମେ ୧୫ ପୂର୍ବରୁ ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ସ୍ୱୀକାର କରିବାକୁ ପଡିବ । ଏପରି ନକଲେ ନିର୍ଦ୍ଧାରିତ ସମୟସୀମା  ପରେ ହ୍ୱାଟସଆପର ବ୍ୟବହାର କରିପାରିବେ ନାହିଁ । WhatsApp ପକ୍ଷରୁ ପୁଣି ଥରେ ପ୍ରାଇଭେସି ପଲିସିକୁ ଆକସେପ୍ଟ କରିବା ପାଇଁ ନୋଟିଫିକେସନ୍ ଜାରି କରାଯାଇଛି । ଯେଉଁ ୟୁଜର ମାନେ WhatsApp ପଲିସିକୁ  ପୂର୍ବରୁ ଆକସେପ୍ଟ କରିସାରିଛନ୍ତି,ସେମାନଙ୍କୁ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ।

ସେହିପରି ୧ ମେରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରେଜିଷ୍ଟ୍ରେସନ ପରେ ଟିକାକରଣ ତାରିଖ, ସ୍ଥାନ ଓ ହସ୍ପିଟାଲର ନାମ ଜଣାପଡ଼ିବ ।

ତେବେ ଭ୍ୟାକ୍ସିନ ନେବା ପାଇଁ କିପରି କରିବେ ପଞ୍ଜୀକରଣ :

  • ପ୍ରଥମେ cowin.gov.in ୱେବସାଇଟକୁ ଖୋଲି, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ 
  • ରେଜିଷ୍ଟର୍ ବଟନରେ କ୍ଲିକ୍ କରିବା ପରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ 
  • ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ 
  • ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ 
  • ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିଯିବ 
  • ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ
  • ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ମଧ୍ୟ ସୂଚନା ଦିଅନ୍ତୁ  
  • ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ 
  • ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ 
  • ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନରେ କ୍ଲିକ୍ କରନ୍ତୁ  

 

You might also like