କରୋନା ରୋଗୀଙ୍କୁ ଚିହ୍ନଟ କରିବ ମାସ୍କ, ଦେଖିବା ମାତ୍ରେ ଜଳି ଉଠିବ ଲାଇଟ୍‌

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି କରୋନା ସହ ମହାଯୁଦ୍ଧ ଚାଲିଛି। ହେଲେ କିଛି ଲାଭ ମିଳୁନି। ଏବେ କରୋନା ସହ ବଞ୍ଚିବା ପାଇଁ ମଣିଷ ପ୍ରସ୍ତୁତ ହୋଇଗଲାଣି। ସେଥିପାଇଁ ସାନିଟାଇଜର, ମାସ୍କକୁ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ବୋଲି ଗ୍ରହଣ କରି ନେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ବାହାରିନାହିଁ। ହେଲେ କରୋନାରୁ ବର୍ତ୍ତିବା ପାଇଁ ଗବେଷକମାନେ ଭିନ୍ନ ଭିନ୍ନ ଉପାୟ ଖୋଜୁଛନ୍ତି। ଇତି ମଧ୍ୟରେ ହାଓଡା ଏବଂ ଏମଆଇଟ ପରି ବିଶ୍ୱବିଦ୍ୟାଳୟରେ ଏମିତି ମାସ୍କ ତିଆରି ପାଇଁ ପ୍ରସ୍ତୁତି ଚାଲିଛି ଯାହା  କରୋନା ସଂକ୍ରମିତ ଲୋକଙ୍କୁ ଠାବ କରିପାରିବ।

ଗବେଷକମାନେ ଏପରି ଏକ ମାସ୍କ ତିଆରି କରିବାକୁ  ଚେଷ୍ଟା କରୁଛନ୍ତି, ଯାହା କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିପାରିବ। ଏଥିରେ ସେମାନେ ଏପରି ଏକ ଲାଇଟ ଖଞ୍ଜିବେ ଯାହା କରୋନା ରୋଗୀଙ୍କୁ ଦେଖିଲେ ହିଁ ଜଳି ଉଠିବ। ଏପରିକି ଦିନରେ ସୂର୍ଯ୍ୟଙ୍କ ଆଲୋକ ଥିଲେ ମଧ୍ୟ ଏହି ଲାଇଟ୍‌ ଜଳି ଉଠିବ।

ସାଧାରଣତଃ କୋଭିଡ ୧୯ ଟେଷ୍ଟ ପାଇ ନମୂନା ସଂଗ୍ରହ କରିବାକୁ ପଡ଼ିଥାଏ। ଏହାକୁ ଯାଞ୍ଚ କରିବା ପାଇ ପଠାଯାଏ। ରିପୋର୍ଟ ଆସିବବେଳକୁ ପ୍ରାୟ ୨୪ ଘଣ୍ଟା ଲାଗିଯାଏ। ତେବେ ସେନ୍ସର ଯୁକ୍ତ ଏହି ମାସ୍କ ପିନ୍ଧିବାର ମାତ୍ର ୩ ଘଣ୍ଟାରେ ଫଳାଫଳ ମିଳିଯିବ। ଏହି ଟେକ୍ନୋଲଜି ପ୍ରଥମେ ୨୦୧୬ରେ  SARS ରୋଗ ନିରୂପଣ ପାଇଁ ବାହାରିଥିଲା। ଏହା ଦ୍ୱାରା ହେପାଟାଇଟିସ୍‌ ସି  ଏବଂ ସାମାନ୍ୟ ଫ୍ଲୁକୁ ଚିହ୍ନଟ କରାଯାଉଥିଲା। ଏହା ପରେ ଗବେଷକମାନେ ଏହି ମାସ୍କକୁ ବ୍ୟବହାର କରି କୋଭିଡ-୧୯ ଚିହ୍ନଟ କରିବା ପାଇଁ ଉଦ୍ୟମ କରୁଛନ୍ତି।

ଏହି ସେନ୍‌ସର ବ୍ୟକ୍ତିର ଶ୍ୱାସକ୍ରିୟାରେ ଆକ୍ଟିଭ ହୋଇଥାଏ। ବ୍ୟକ୍ତି ଯେତେବେଳେ କଥା ହୁଏ ସେତେବେଳେ ତାର ସାଲାଇଭାକୁ ଧରିଥାଏ। ଏହି ମାସ୍କ ପିନ୍ଧିଥିବା ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ହୁଏ ତେବେ ମାସ୍କରେ ଲାଗିଥିବା ଲାଇଟ ଜଳିଉଠିବ। ଏଥିରୁ ଅନ୍ୟ ଲୋକ ଜାଣିପାରିବେ ଯେ ସେ କରୋନା ଆକ୍ରାନ୍ତ।

 

You might also like