କରୋନା:ଏହି ସବୁ ଦେଶରେ ସ୍ଥିତି ବିଗୁଡୁଛି

ନୂଆଦିଲ୍ଲୀ: କରୋନା କବଳରେ ବିଶ୍ୱର ୧୯୦ରୁ ଅଧିକ ଦେଶ। ଏବେ ୨ ଲକ୍ଷ ୨୩ ହଜାର ୭୭୪ ଜଣ କରୋନାରେ ଆକ୍ରାନ୍ତ। ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି । କିନ୍ତୁ କରୋନାରୁ ଏବେ ସୁଦ୍ଧା ୯୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଚୀନରୁ ଆରମ୍ଭ ହୋଇ ଏହା ୟୁରୋପ ମହାଦେଶରେ ବ୍ୟାପକ ଭାବେ ବ୍ୟାପିଛି। ଇଟାଲୀରେ ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି।

ଗତକାଲି ଇଟାଲୀରେ ୬୫୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମୃତକଙ୍କ ସଂଖ୍ୟା ୫ ହଜାର ୪୭୬କୁ ଟପିଛି । ତେବେ ଚୀନରେ ଗତକାଲି ମାତ୍ର ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୨୭୦ରେ ପହଞ୍ଚିଛି। ସେହିପରି ସ୍ପେନ୍‌ରେ ଗତକାଲି ୧୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆମେରିକାରେ ସ୍ଥିତି ମଧ୍ୟ ଭଲ ନାହିଁ। ଗତକାଲି ଏଠାରେ ୧୧୭ ଜଣଙ୍କ ମୃତ୍ୟୁ ପରେ ଏବେ ଏହି ସଂଖ୍ୟା ୪୧୯ରେ ପହଞ୍ଚିଛ। ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲାଣି।

You might also like