ରେଳ ଟିକେଟ୍‌ ଫି ଦେଉଛି କିଏ? ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ରେଳ ଟିକେଟ୍ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର।  ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ଦେବା ନେଇ ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସମିଟ୍‌ରେ ଏ ବାବଦରେ ସୂଚନା ଦେଇଛନ୍ତି। ଗସ୍ତ ଖର୍ଚ୍ଚରୁ ରେଲୱେ ୮୫ ପ୍ରତିଶତ ଓ ସଂପୃକ୍ତ ରାଜ୍ୟ ସରକାର ୧୫ ପ୍ରତିଶତ ବହନ କରିବେ। ଏହି ଭାଗିଦାରୀ ଅନୁସାରେ ସ୍ପେଶାଲ ଟ୍ରେନରେ ଶ୍ରମିକଙ୍କୁ ନିଆଯାଉଥିବା ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମିଳିତ ପ୍ରେସମିଟ୍‌ରେ କୁହାଯାଇଛି।

ପ୍ରକାଶଥାଉକି, ରାଜ୍ୟ ବାହାରେ ରହିଥିବା ଶ୍ରମିକ ଓ ଅନ୍ୟ କର୍ମଚାରୀ ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସମସ୍ତଙ୍କ ପାଇଁ ଟ୍ରେନ୍‌ରେ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି। ଏହି ରେଳଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ବହନ କରିବ ବୋଲି ନିଷ୍ପତ୍ତି ନେଇଥିଲା।

 

You might also like