ଆଜିଠୁ ହାଉସ୍ ଫୁଲ୍ ହେବ ସିନେମା ହଲ୍
ନୂଆଦିଲ୍ଲୀ:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିନେମା ହଲ ବନ୍ଦ କରାଯାଇଥିଲା। ଦୀର୍ଘ ମାସ ପରେ ସିନେମା ହଲ ୧୦୦ ପ୍ରତିଶତ କ୍ଷମତା ସହ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖୋଲିଛି। ଏହି ତଥ୍ୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ପ୍ରକାଶ ଜାଭେଦକର ଦେଇଛନ୍ତି। ଏହି ଅବସରରେ ସେ ଥିଏଟର୍ସ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ସ ମଧ୍ୟ ରିଲିଜ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ଖାଲିବାକୁ ଯାଉଛି ସିନେମାନ ଘର। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହାକୁ ଭଲ ଖବର ବୋଲି କହିବା ସହ ଟିକେଟ ଅନ୍ଲାଇନ୍ ବୁକିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ସିନେମା ହଲ ପାଇଁ ଏସ୍ଓପି ଜାରି କରିବା ସମୟରେ ସେମାନେ କହିଛନ୍ତି, କୋଭିଡ ପ୍ରୋଟୋକଲ ଅନୁସାରେ ପୂର୍ବ ପରି ସିନେମାହଲ ସାନିଟାଇଜ କରାଯିବ।
ପୂର୍ବରୁ ସିନେମା ହଲ୍ ଭିତରକୁ ବାହାର ଖାଦ୍ୟ ଆଣିବା ପାଇଁ ଅନୁମତି ନ ଥିଲା। ହେଲେ ଦର୍ଶକଙ୍କୁ ଏଥିରୁ ଆଶ୍ୱସ୍ତି ମିଳିଛି। ଦର୍ଶକ ହଲ୍ ଭିତରେ ଥିବା ଫୁଡ ଷ୍ଟଲ୍ରୁ ଖାଦ୍ୟ କିଣି ଆଣି ପାରିବେ। ତେବେ କଣ୍ଟେନମେଣ୍ଟ ଜୋନ୍ରେ ଥିବା ଫିଲ୍ମ ହଲ୍ ସବୁ ବନ୍ଦ ରହିବ।
ଏଥିସହିତ ସରକାର ସିନେମା ହଲକୁ ଅଧିକ ଡିଜିଟାଲାଇଜ୍ଡ କରିବା ଉପରେ ଜୋର ଦେଇଛନ୍ତି। ଦର୍ଶକ ଟିକେଟ ହେଉ ବା ପୁଡ ଷ୍ଟଲରୁ ଖାଦ୍ୟ କିଣିବା ହେଉ, ଅଧିକରୁ ଅଧିକ ଡିଜିଲାଟ ପେମେଣ୍ଟ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। କାଉଣ୍ଟରରେ ଯେପରି ଅଡ଼ିକ ଭିଡ ନ ହେବ ସେଥିପାଇଁ ସିନେମାହଲଗୁଡିକୁ ଦିନ ସାରା ଆଡ୍ଭାନ୍ସ ଟିକେଟ ବୁକିଂ ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ଲାଗି କୁହାଯାଇଛି।
ଏହା ବ୍ୟତୀତ ଏସ୍ଓପିରେ କରୋନା ସଂକ୍ରମଣ ସହ ଜଡ଼ିତ ସମସ୍ତ ସତର୍କତା ଅବଲମ୍ବନ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ହଲ ଭିତରକୁ ପ୍ରବେଶ କରବା ପୂର୍ବରୁ ଦର୍ଶକଙ୍କର ଥର୍ମାଲ ଚେକିଂ କରିବାକୁ ପଡ଼ିବ। ଫିଲ୍ମ ଶେଷ ହେବା ପରେ ଗୋଟିଏ ଲାଇନ୍ରେ ବାହାରକୁ ଯିବାକୁ ପଡ଼ିବ। ଏହା ଦ୍ୱାରା ଭିଡ଼କୁ କମାଯାଇ ପାରିବ।
ହଲ୍ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ୍ କରିବା ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି। ହଲ୍ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। ସେହିପରି ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସମସ୍ତ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନା ଥାଉ କି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସିନେମା ହଲ ବନ୍ଦ ରହିଥିଲା। ଦୀର୍ଘ ୧୦ ମାସ ଧରି ହଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରେ ହଲ ଖୋଲିବା ପାଇଁ ଅନୁମତି ମିଳିଥିଲା। ତେବେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ମିଳିଥିଲା।