ଏରୋପ୍ଲେନର ଡେଣା ଉପରେ ଚଢିଗଲେ ଯୁବକ, ଆଉ ତାହା ପରେ…
ଉଡାଣର କିଛି ମିନଟ୍ ପୂର୍ବରୁ ଏରୋପ୍ଲେନର ଡେଣା ଉପରେ ଚଢିଗଲେ ଯୁବକ
ଆମେରିକା: ଯୁବକଙ୍କ ଅଜବ ଖିଆଲ। ଉଡାଣର କିଛି ମିନଟ୍ ପୂର୍ବରୁ ଏରୋପ୍ଲେନର ଡେଣା ଉପରେ ଚଢିଗଲେ ଯୁବକ। ଆମେରିକାର ମାକ୍ କାରାନ୍ ବିମାନବନ୍ଦରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କ ଆଲାକ୍ସା ଏୟାରଲାଇନସର ଏରୋପ୍ଲେନର ଡେଣା ଉପରେ ଚଢିଯାଇଥିଲେ। ଏତିକିରେ ତାଙ୍କର କାରନାମା ସରି ନଥିଲା ନିଜର ଯୋତା ଖୋଲିବା ସହ ଏରୋପ୍ଲେନର ଡେଣା ଉପରେ ଚାଲିଥିଲେ।
ଏନେଇ ପାଇଲଟ ଦେଖିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଯୋଗାଯୋଗ କରିଥିଲେ। ଏଥିଯୋଗୁଁ ପ୍ରାୟ ୪୫ ମିନିଟ ଉଡାଣ ବିଳମ୍ବ ହୋଇଥିଲା। ଏହାପରେ ସ୍ଥାନୀୟ ପୋଲିସ ପକ୍ଷରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା କିନ୍ତୁ ସେ କାହିଁକି ଏରେପ୍ଲେନର ଡେଣା ଉପରେ ଚଢିଥିଲେ ସେ ନେଇ ତଦନ୍ତ ଚାଲିଛି।