ସ୍ୱାମୀକୁ ଭ୍ୟାନ୍‌ରେ ବାନ୍ଧି ଘୋଷାରି ଘୋଷାରି ନେଲା ସ୍ତ୍ରୀ

ସୁରତ: ସ୍ୱାମୀର ନିର୍ଯାତନା କେତେ ବା ସହିବ ସ୍ତ୍ରୀ? ସୀମା ପାର ହେବାରୁ ସ୍ୱାମୀକୁ ପାନେ ଦେବ ବୋଲି ସ୍ତ୍ରୀ ଭାବିଲା। ଆଉ ଶେଷରେ ଦେଲା ପେଟେଣ୍ଟ ମେଡିସିନ୍। ସ୍ୱାମୀକୁ ଭ୍ୟାନ୍‌ରେ ବାନ୍ଧି ଘୋଷାରି ଘୋଷାରି ନେଇଛି ସ୍ତ୍ରୀ। ନିଜ ଭାଇ ସହାୟତାରେ ସ୍ତ୍ରୀ ଜଣକ ସ୍ୱାମୀକୁ ଏହି ଶାସ୍ତି ଦେଇଛି। ଗୁଜରାଟ ସୁରତ କୃଷ୍ଣନଗର ଅଞ୍ଚଳର ଏ ଘଟଣା। ପ୍ରାୟ ୬ଶହ ମିଟର ପର୍ଯ୍ୟନ୍ତ ସ୍ୱାମୀକୁ ଗାଡିରେ ଘୋଷାରି ନେବା ପରେ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଗାଡିକୁ ଅଟକାଇବା ସହ ଗାଡି ପଛରେ ବନ୍ଧା ହୋଇଥିବା ସ୍ୱାମୀକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ଉଭୟ ଭାଇ ଭଉଣୀକୁ ପୋଲିସରେ ଜିମା ଦେଇଥିଲେ। ପୋଲିସ ଉଭୟ ଭାଇ ଓ ଭଉଣୀକୁ ଗିରଫ କରିଛି। ସେପଟେ ସ୍ୱାମୀ ପ୍ରତିଦିନ ମଦ ପିଇ ନିର୍ଯାତନା ଦେଉଥିବାରୁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

You might also like