ବୁଥରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ : ବୁଥରେ ଦିଆଯିବ କରୋନା ଟିକା । ଲୋକଙ୍କୁ କରୋନା ଟିକା ଦେବାକୁ ଭୋଟ୍ ସମୟରେ ପୋଲିଂ ବୁଥ ଭଳି ବୁଥ୍ ପ୍ରସ୍ତୁତ କରାଯିବ । ଏହି ବୁଥରେ କରୋନା ଟିକା ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ଟିକା ସଂରକ୍ଷିତ କରି ରଖିବାକୁ ବିଭିନ୍ନ ରାଜ୍ୟକୁ ଉପକରଣ ପଠାଇ ଦିଆଯାଇଛି । ପ୍ରତି ବୁଥରେ ଦିନକୁ ପାଖାପାଖି ୧୦୦ ଲୋକଙ୍କୁ ଟିକା ଦିଆଯିବ ।

ସର୍ବପ୍ରଥମେ କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ ଏହାପରେ କରୋନା ମୁକାବିଲା ନେଇ ଆଗଧାଡ଼ିରେ ରହୁଥିବା କର୍ମଚାରୀଙ୍କ ସହ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁଟିକା ପ୍ରଦାନ କରାଯିବ । ମାସରେ ଟିକାର ଦୁଇଟି ଡୋଜ୍ ଦିଆଯିବ। ରାଜ୍ୟ ସରକାରଙ୍କ ଯାହା ଦାବି ଅଛି ଏଗୁଡିକୁ ପୂରଣ କରିବାକୁ କେନ୍ଦ୍ର ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ଆସନ୍ତା ଜାନୁଆରୀରେ ଟିକା ପହଞ୍ଚିବା ସମ୍ଭାବନା ରହିଛି ।

You might also like