ଚିନ୍ତାରେ ଆମେରିକା: ବିଶ୍ୱର ସବୁଠାରୁ ଅଧିକ ରୋଗୀ ଏଇଠି

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍ ଏବେ ଆମେରିକା ପାଇଁ ଚିନ୍ତା ବଢ଼ାଇଛି। ଆମେରିକାରେ ଗୋଟିଏ ଦିନରେ ୧୭ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱରେ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଚୀନରେ ୮୧ ହଜାରୁ ଅଧିକ ଆକ୍ରାନ୍ତ ଥିବା ବେଳେ ୮୫ ହଜାରରୁ ଅଧିକ ଆକ୍ରନ୍ତ କେବଳ ଆମେରିକାରେ ରହିଛନ୍ତିା
ସେହିଭଳି ଗୋଟିଏ ଦିନରେ ଗତକାଲି ୨୬୮ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଯାଏ ମୋଟ୍ ୧୨ ଶହ ୯୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଇଟାଲିରେ ୮ ହଜାରରୁ ଅଧିକ, ସ୍ପେନ୍‌ରେ ୪ ହଜାରରୁ ଅଧିକ ଥିବା ବେଳେ ଇରାନରେ ଏହି ସଂଖ୍ୟା ୨୨ ଶହକୁ ଟପିଛି। ଏହାଛଡ଼ା ଇଂଲଣ୍ଡରେ ଗୋଟିଏ ଦିନରେ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି। ୟୁକେରେ ମୃତ୍ୟୁ ସଂଖ୍ୟା ୫ ଶହରୁ ଅଧିକ ହୋଇଛି।
ବିଶ୍ୱର୧୯୦ରୁ ଅଧିକ ଦେଶରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ। ମୋଟ୍ ୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଚିକିତ୍ସିତ ହେଉଛନ୍ତି ସାଢ଼େ ୩ ଲକ୍ଷରୁ ଅଧିକ। ତେବେ ଲକ୍ଷେ ୨୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

You might also like