ବିଦେଶ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖ: ରାଜୀବ ଗୌବା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ବିଦେଶରୁ ଆସିଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ  କ୍ୟାବିନେଟ ସଚିବ ରାଜୀବ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଦ୍ୱାରା ସତର୍କ କରାଇଛନ୍ତି ଗୌବା। ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ମଧ୍ୟରେ ବିଦେଶରୁ ୧୫ଲକ୍ଷରୁ ଅଧିକ ଯାତ୍ରୀ ବିମାନ ଦ୍ୱାରା ଭାରତ ଆସିଛନ୍ତି।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ପଞ୍ଜାବକୁ ପ୍ରାୟ ୧୨ ଲକ୍ଷ ୭୦ ହଜାର ଯାତ୍ରୀ ଆସିଥିବା ସୂଚନା ମିଳିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଯାତ୍ରୀଙ୍କ ଉପରେ ନଜର ରଖାଯାଇ ନଥିବା କ୍ୟାବିନେଟ ସଚିବ ରାଜୀବ ଗୌବା କହିଛନ୍ତି। ଫଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପଦକ୍ଷେପ ଗୁରୁତର ପ୍ରଭାବିତ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

ଏଥିସହ ବିଦେଶରୁ ଆସିଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେବେ ବିଦେଶରୁ ଆସିଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।

You might also like