କରୋନା ମୃତକଙ୍କ ସ୍ମୃତିରେ ପତାକା ଅର୍ଦ୍ଧନମିତ କଲା ଜାତିସଂଘ

ନ୍ୟୁୟର୍କ: କରୋନା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନସୁଦ୍ଧା ସାରା ବିଶ୍ୱରେ ଏକ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ସ୍ମୃତିରେ ଜାତିସଂଘ ପକ୍ଷରୁ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ଥିବା ପତାକାକୁ ଅର୍ଦ୍ଧନମିତ କରାଯାଇଛି। ମୃତକଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଜାତିସଂଘ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ସେପଟେ ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ୨୨ ଲକ୍ଷ ୫୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି।  ସର୍ବାଧିକ ପ୍ରଭାବିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୭ ହଜାରରୁ ଅଧିକ ଟପିଛି।

ସେଠାରେ ୭ ଲକ୍ଷ ରୁ ଅଧିକ ଲୋକ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ ୨୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୭୨ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ସେହିଭଳି ସ୍ପେନରେ ୧ ଲକ୍ଷ ୯୦ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୨୦ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା।

You might also like