ଟାୟାରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୋତା

ଟୟାରରେ ଜୋତା !

ପୁଣେ: ବ୍ୟବହାର ପରେ ଅଦରକାରୀ ଟାୟାରକୁ ଲୋକେ ବାହାରେ ଫୋପାଡି ଦିଅନ୍ତି। କିନ୍ତୁ ଏଥିରୁ ଯେ ଏତେ ସୁନ୍ଦର ଉପଯୋଗୀ ଜିନିଷ ତିଆରି ହୋଇପାରିବ, ତାହା କେହି ଭାବି ନଥାନ୍ତି ଯାହା କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁଣେର ଜଣେ ମହିଳା ଟାୟାରରୁ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଜୋତା ଓ ଚପଲ।

ଆବର୍ଜନାରୁ ତିଆରି ହେଉଛି ଦରକାରୀ ଜିନିଷ। ଫୋପଡ଼ା ଯାଉଥିବା ଗାଡି ଟାୟାରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଚପଲ ଓ ଜୋତା। ମହାରାଷ୍ଟ୍ର ପୁଣେର ଜଣେ ଉଦ୍ୟୋଗୀ ପୂଜା ଆପ୍ତେ ଏଭଳି ନିଆରା ଢଙ୍ଗରେ ତାଙ୍କ ବ୍ୟବସାୟ ଚଳାଇଛନ୍ତି। ବ୍ୟବହାର ପରେ ଅଦରକାରୀ ଟାୟାରକୁ ଲୋକେ ବାହାରେ ଫୋପାଡି ଦିଅନ୍ତି। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। କିନ୍ତୁ ଏହାକୁ ନେଇ ପୂଜା ତିଆରି କରୁଛନ୍ତି ବିଭିନ୍ନ ଡିଜାଇନର ଭଳିକି ଭଳି ଚପଲ।

ଗତ ୨ ବର୍ଷ ଧରି ସେ କିଛି ମୋଚିଙ୍କୁ କାମରେ ଲଗାଇ ତାଙ୍କ ବ୍ୟବସାୟ କରୁଛନ୍ତି। ଏବଂ ନେମିତାଲ ନାଁରେ ନିଜର ଏକ ଜୋତା ବ୍ରାଣ୍ଡ କରିଛନ୍ତି। ତେବେ କାହିଁକି ଆବର୍ଜନାରୁ ଜୋତା ତିଆରି କଥା ମୁଣ୍ଡକୁ ଆସିଲା ତାହାକୁ ନେଇ କହନ୍ତି,”ଟାୟାର ଏମିକି ଏକ ସାମଗ୍ରୀ ଯାହା ଅତି ଶୀଘ୍ର ଏବଂ ଆବଶ୍ୟକ ଅନୁସାରେ ବଜାରରେ ଉପଲବ୍ଧ ହୋଇଥାଏ। କଞ୍ଚାମାଲ ଇଚ୍ଛା ଅନୁସାରେ ମଳେ, ତାହା ଛଡା ପ୍ଲାଷ୍ଟିକ କିମ୍ବା ଅନ୍ୟ କୌଣସି ସାମଗ୍ରୀରେ ଜୋତା ତିଆରି କଲେ ତାହା ଅଧିକ ଦିନ ପିନ୍ଧି ହୁଏ ନାହିଁ। କିନ୍ତୁ ଟାୟାରରେ ଜୋତା ତିଆରି କଲେ ଅଧିକ ଦିନ ଲାଷ୍ଟିଂ କରିବାର ଦେଖାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଯେଉଁ ପଦ୍ଧତିରେ ଜୋତା ତିଆରି କରୁଛି ସେଥିରେ ପରିବେଶ ପ୍ରଦୂଷଣ ହୁଏ ନାହିଁ। ନା ନିଆଁ ନା କେମିକାଲ। ଆମେ ଏସବୁ କିଛି ବ୍ୟବହାର କରୁନାହୁଁ। ଲେଦର କିମ୍ବା ପ୍ଲାଷ୍ଟିକ ବି ବ୍ୟବହାର କରୁନଥିବା ସେ କହିଛନ୍ତି”।

ପରିବେଶ ପ୍ରଦୂଷଣ ରୋକିବା ହେଉଛି ପୂଜାଙ୍କର ମୁଖ୍ୟ ଲକ୍ଷ୍ୟ। ଏଥିସହ ଜୋତା ଓ ଚପଲର ସୋଲରେ ପ୍ଲାଷ୍ଟିକ୍ ଓ ଚମଡ଼ା ୟୁଜ ଯୋଗୁଁ ଏହା ଶୀଘ୍ର ନଷ୍ଟ ହୋଇଥାଏ। କିନ୍ତୁ ସେ ତିଆରି କରୁଥିବା ଚପଲର ସୋଲରେ ଲଗାଉଛନ୍ତି ଟାୟାର, ଯାହା ଅଧିକ ଦିନ ଲାଷ୍ଟିଙ୍ଗ କରେ ବୋଲି କୁହନ୍ତି ପୂଜା ଆପ୍ତେ।

ଦିନକୁ ଦିନ ଅଳିଆ ଆବର୍ଜନା ବଢୁଥିବାରୁ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆଉ ଏହାକୁ ରୋକିବା ପାଇଁ ପୂଜା ଆପ୍ତେଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସାଯୋଗ୍ୟ ।

 

You might also like