ସୁପ୍ରିମକୋର୍ଟ ଆସିବେନି ଓକିଲ କିନ୍ତୁ ମାମଲାର ଶୁଣାଣି ହେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କୁ ନେଇ ସୁପ୍ରିମକୋର୍ଟରେ ଥିବା ଓକିଲମାନଙ୍କ ଚ୍ୟାମ୍ୱର ସିଲ୍ ହେବ। ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମାଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଧାନ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ମାମଲାର କିନ୍ତୁ ଶୁଣାଣି ହେବ।

ପ୍ରଧାନ ବିଚାରପତି କହିଛନ୍ତି, ‘ଗହଳି କମାଇବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ମାମଲା ଗୁଡ଼ିକ ଜରୁରୀ ରହିଥିବ ସେହି ମାମଲା ଗୁଡ଼ିକର ହିଁ ଶୁଣାଣି ହେବ। ଭିଡିଓ କନଫରେନସିଂ ମାଧ୍ୟମରେ ଏହି ସମସ୍ତ ଶୁଣାଣି ହେବ। ଓକିଲ ମାନେ ଘରେ ରହି କିମ୍ୱା ତାଙ୍କର ଇଚ୍ଛା ମୁତାବିକ ଅନ୍ୟ କୌଣସି ସ୍ଥାନରୁ ରହି କୋର୍ଟରେ ପକ୍ଷ ରଖି ମାମଲା ଲଢ଼ିପାରିବେ। ଯେଉଁମାନେ ପକ୍ଷ ରଖିବେ ସେମାନଙ୍କୁ ଏକ ଡାଉନଲୋଡ ଲିଙ୍କ୍ ଦିଆଯିବ।

You might also like