ଚାଷୀ ଆନ୍ଦୋଳନକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଅବରୋଧ ହଟାଇବା ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ। ଗତକାଲି ମାମଲାର ଶୁଣାଣି କରି ଚାଷୀଙ୍କ ଦାବିର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଥିଲେ।

ଚାଷୀ ସଂଗଠନ ଓ କେନ୍ଦ୍ର ସରକାର, ଉଭୟ ପକ୍ଷକୁ ନେଇ କମିଟି ଗଠନ କରିବାକୁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମତ ଦେଇଥିଲେ ଯେ,  ଚାଷୀ ଆନ୍ଦୋଳନ ସମସ୍ୟାର ସମାଧାନ ଶୀଘ୍ର ହେବା ଦରକାର। ନଚେତ ସମଗ୍ର ଦେଶରେ ଏହା ଏକ ବଡ ପ୍ରସଙ୍ଗରେ ପରିଣତ ହେବ। ତେବେ ଆଜି ଶୁଣାଣି ଉପରେ ସାରା ଦେଶର ନଜର ରହିଛି ।

You might also like