ପୁରୁଣା ନୋଟ୍ ବନ୍ଦ ହେବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଲା ଆରବିଆଇ

ବନ୍ଦ ହେବ ନାହିଁ ପୁରୁଣା ନୋଟ୍

ଭୁବନେଶ୍ୱର: ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। କହିଲା, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କଲା ଆରବିଆଇ, ଖୁବ୍ ଶୀଘ୍ର ପୁରୁଣା ନୋଟ୍ ଅଚଳ ହେଉଥିବା ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା।

ପୁରୁଣା ନୋଟକୁ ନେଇ ବଜାରରେ ଗୁଜବ। ୫,୧୦ ଏବଂ ୧୦୦ ଟଙ୍କିଆ ନୋଟକ ଆଉ ଚଳିବ ନାହିଁ ବୋଲି ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଜୋରସୋରରେ ଚର୍ଚ୍ଚା ବି ହେଉଥିଲା।  କିନ୍ତୁ ଏନେଇ ଆଇବିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ତେଣୁ ପ୍ରଚାରିତ ହେଉଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। କାରଣ ଚର୍ଚ୍ଚା ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ କରିଛି ଆରବିଆଇ।

ଗତକାଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ,  ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ଏପରି ନୋଟର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଥିବା ମଧ୍ୟ କୁହାଯାଇଥିଲା।

ଏହାସହ କୁହାଯାଇଥିଲା କି ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ କିମ୍ବା ଏପ୍ରିଲ ପରେ ହିଁ ଏହି ସମସ୍ତ ପୁରୁଣା ନୋଟ୍‌କୁ ହଟାଇ ଦେବ। ଅର୍ଥାତ୍ ବଜାରରେ ଆଉ ଚଳିବ ନାହିଁ ପୁରୁଣା ନୋଟ୍।  ଏବେ ଆର୍‌ବିଆଇ ପୁରୁଣା ନୋଟ ସିରିଜ୍‌ ପ୍ରତ୍ୟାହାର କରିବା ପାଇଁ କାର୍ଯ୍ୟ କରୁଛି। ମାର୍ଚ୍ଚ-ଏପ୍ରିଲ ମାସ ପରେ ଏହା ଆଉ ବଜାରରେ ଚଳିବ ନାହିଁ। ଏବେ ଏହାର ନୂଆ ନୋଟ ବଜାରରେ ଉପଲବ୍ଧ। ତେବେ ଦଶ ଟଙ୍କିଆ କଏନ୍ ଚଳିବ ବୋଲି ଗତକାଲି ରିପୋର୍ଟ ପ୍ରକାଶ ପାଇଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୯ ମସିହାରେ ନୂଆ ୧୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଆରମ୍ଭ କରାଯାଇଥିଲା। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରିବା ପରେ ଆର୍‌ବିଆଇ ହଠାତ୍‌ ଅନ୍ୟ ନୋଟ୍‌ ଗୁଡ଼ିକୁ ବନ୍ଦ କରିବା ପାଇଁ ଚାହୁଁ ନଥିଲା। ତେଣୁ  ଏହାପରେ କିଛି ବର୍ଷ ଅପେକ୍ଷା କରାଯାଇଥିଲା। ଏହାର ଚଳଣି ବଜାରରେ ହେବାପରେ ଏବେ ପୁରୁଣା ନୋଟ୍‌କୁ ପ୍ରତ୍ୟାହାର କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ଗତକାଲି ରିପୋର୍ଟ ପ୍ରକାଶ ପାଇଥିଲା। 

ତେବେ ମୋଟ ଉପରେ କହିବାକୁ ଗଲେ ଏହି ଖବର ସମ୍ପୂର୍ଣ୍ଣ ମିଛ ବୋଲି ଆରବିଆଇ ସ୍ପଷ୍ଟ କରିଛି। ତେଣୁ ଏହି କଥା ଉପରେ କେହି ବିଶ୍ୱାସ କରନ୍ତୁ ନକରିବା ସହ ଟଙ୍କା ବନ୍ଦ କରିବା ନିଷ୍ପତ୍ତି କିଛି ବି ହୋଇନଥିବା ଆଇବିଆଇ କହିଛି।

You might also like