ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ପରିବେଶ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୨୦-୨୫ ମଧ୍ୟରେ ଦେଶରେ ଇଥେନାଲ୍ ବ୍ୟବହାରକୁ ନେଇ ଏକ ରୋଡମ୍ୟାପ୍ ଜାରି ହୋଇଛି। ପେଟ୍ରୋଲ କମ୍ପାନି ଗୁଡିକୁ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି।

ଏହି ଅବସରରେ ମହାରାଷ୍ଟ୍ରର ପୁଣେରେ E-100 ଇଥାନଲ ଉତ୍ପାଦନ ପାଇଲଟ୍ ପ୍ରୋଜେର ଶୁଭ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ୨୦୨୩ ଏପ୍ରିଲ ସୁଦ୍ଧା ଭାରତର ତୈଳ କମ୍ପାନି BIS ଦ୍ୱାରା ନିର୍ଦ୍ଧାରିତ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବେ। ତୈଳ ଚାହିଦା ଓ ଇଥନେଲ୍ ଉତ୍ପାଦନ ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଆଜିର ଏହି କାର୍ଯ୍ୟକ୍ରମକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଏବଂ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା।

ସେପଟେ, ପରିବେଶ ସୁରକ୍ଷା ବାବଦରେ ଅନେକ ଅନୁଷ୍ଠାନ ଓ ସଂସ୍ଥା ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ଉଡ ଫାୟାର ପକ୍ଷରୁ ଏକ ଭିନ୍ନ ପ୍ରୟାସ କରାଯାଇଛି । ଏକ ନିଆରା ଢଙ୍ଗରେ ବିଶ୍ୱ ପରିବେଶ ସପ୍ତାହ ଦିବସ ପାଳନ କରୁଛି ଉଡ ଫାୟାର । ଲୋକଙ୍କୁ ମନ ପସନ୍ଦର ବିରିୟାନୀ ଯୋଗାଉଥିବା ଉଡ ଫାୟାର ଏବେ ଖାଦ୍ୟ ଅର୍ଡର କଲେ ଖାଦ୍ୟ ସହ ଗ୍ରାହକଙ୍କୁ ଗଛର ମଞ୍ଜି ମଧ୍ୟ ଯୋଗାଇ ଦେଉଛି । ଆଉ ତାହା ବି ପୁଣି ସମ୍ପୂର୍ଣ୍ଣ ମାଗଣାରେ । ଆଉ ଏଭଳି ପ୍ରୟାସ ଦ୍ୱାରା ପରିବେଶ ସୁରକ୍ଷା ପାଇଁ ବି ସଂସ୍ଥା ଚେଷ୍ଟା କରୁଛି ବୋଲି କହିଛନ୍ତି ସଂସ୍ଥାର ମୁଖ୍ୟ ସନ୍ତୋଷ ଚୌଧୁରୀ ।

ସୂଚନା ଅନୁସାରେ, ପ୍ରତିବର୍ଷ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ରୁପେ ପାଳନ କରାଯାଉଛି। ପ୍ରକୃତିର ଗୁରୁତ୍ୱକୁ ମନେପକାଇବାକୁ ଏହା ପାଳନ କରାଯାଉଛି। ୧୯୭୪ରେ ପ୍ରଥମ ଥର ପାଇଁ ଜାତିସଂଘ ପକ୍ଷରୁ ଏହା ଆମେରିକାରେ ପାଳନ କରାଯାଇଥିଲା। ସେତେବେଳେ ଥିମ ଥିଲା ‘‘ଓନଲି ଓ୍ଵାନ୍‌ ଆର୍ଥ’’ ବା ‘‘କେବଳ ଗୋଟିଏ ପୃଥିବୀ’’ । ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍‌ ରିଷ୍ଟୋରେସନ୍‌ ’’ ବା ‘‘ପରିସଂସ୍ଥା ପୁନରୁଦ୍ଧାର ’’। ତେବେ ଆଜି ଅନେକ ଦେଶରେ ଚାରା ଲଗାଇବା ପାଇଁ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଭାରତରେ କରୋନା ପାଇଁ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ, ଏହି ସ୍ୱତନ୍ତ୍ର ଦିନକୁ ପାଳନ କରାଯାଉଛି।

You might also like