କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ

କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି। ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩ଶହ ଟଙ୍କାକୁ ହ୍ରାସ ନେଇ ଘୋଷଣା କରାଯାଇଛି। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪ଶହ ଘୋଷଣା ହୋଇଥିଲା। ତେବେ ଘରୋଇ ହସ୍ପିଟାଲ ପାଇଁ ଦର ଡୋଜ୍ ପିଛା ୬ଶହ ଅପରିବର୍ତ୍ତିତ ରହିଛି।

କରୋନା ଭାଇରସ୍ ଭ୍ୟାକ୍ସିନ୍ କୋଭିସିଲ୍ଡର ମୂଲ୍ୟକୁ ନେଇ ସମାଲୋଚନାର ସାମ୍ନା କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା। କମ୍ପାନୀ ଏହି ବିବୃତ୍ତିରେ କହିଥିଲା ଯେ ଯେ ଭାରତ ସମେତ ବିଶ୍ୱର ଅନେକ ଦେଶ ପାଇଁ ସରକାରମାନେ ଏହି ଭ୍ୟାକ୍ସିନ କିଣୁଥିବାରୁ ଏହାର ମୂଲ୍ୟ ବହୁତ କମ ରହିଛି। କାରଣ ଏହାର ବ୍ୟବହାର ଏକ ବଡ଼ ପରିମାଣରେ କରାଯାଉଛି। ବଜାରରେ ଏବେ ବି କିଛି ଟିକା ବିକ୍ରି ହେଉଛି, ଯାହାର ଦାମ ସରକାରଙ୍କୁ ଦିଆଯାଉଥିବା ଟିକାର ମୂଲ୍ୟଠାରୁ ଢ଼େର ଅଧିକ।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ, ସାରା ବିଶ୍ୱରେ ସବୁଠୁ ଶସ୍ତା ଟିକା ହେଉଛି କୋଭିସିଲ୍ଡ। କାରଣ ଆରମ୍ଭରୁ ଏହି ଟିକା ବିକଶିତ କରିବା ପାଇଁ ଅନେକ ଦେଶ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ। ଭାରତ ମଧ୍ୟ ଏଥିପାଇଁ ଅନେକ ସହାୟତା ଯୋଗାଇଛି। ତେଣୁ ଭାରତ ସରକାରଙ୍କୁ କୋଭିସିଲ୍ଡ ଟିକା ଖୁବ୍ ଶସ୍ତାରେ ଦିଆଯାଇଛି। ବିଭିନ୍ନ ଦିଗରୁ କୋଭିସିଲ୍ଡ ଟିକା ବିକାଶିତ ବେଳେ ଫଣ୍ଡିଂ ଆସିଥିବାରୁ, ଟିକାକରଣ ପାଇଁ ଭାରତ ସମେତ ବିଭିନ୍ନ ଦେଶମାନଙ୍କୁ ଖୁବ୍ କମ୍ ଦରରେ କୋଭିସିଲ୍ଡ ଟିକା ଯୋଗାଇ ଦିଆଯାଇଛି। ଅନ୍ୟ ଦେଶରେ ଟିକା ମୂଲ୍ୟ ସହ ଭାରତରେ ଟିକା ମୂଲ୍ୟକୁ ଭିନ୍ନ ଢଙ୍ଗରେ ତୁଳନା କରାଯାଉଛି। ଏଭଳି କରିବା ଉଚିତ ନୁହେଁ।

କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସାରା ବିଶ୍ୱରେ ଉପଲବ୍ଧ ଦ୍ୱିତୀୟ ଟିକା ପାଇଁ ବଜାର ଖୋଲିବା ଉଚିତ। ଏହାଦ୍ୱାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହଜ ହେବ।

ସେପଟେ କରୋନା ଟିକା କୋଭାକ୍ସିନ୍‌ର ଦର  ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇ ଆସୁଥିଲା କୋଭାକ୍ସିନ୍।

You might also like