ମିିିଳିଲା ଦୁନିଆର ସର୍ବ ପୁରାତନ ପାଣି, ଯାହାର ବୟସ ୧୬୦ କୋଟି

ନୂଆଦିଲ୍ଲୀ: ମଣିଷ ସଭ୍ୟତାର ଅନେକ ଫର୍ଦ୍ଦ ଏବେ ବି ଅନ୍ଧାରରେ ରହିଛି । ସେହି ଅନ୍ଧାର ଭିତରୁ ରହସ୍ୟର ପେଡ଼ି ଖୋଲିବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି ଗବେଷକମାନେ । ସେଇ ରହସ୍ୟ ପେଡ଼ିର ସୂତାଖିଅଟେ ଏବେ ପଡ଼ଛି ଗବେଷଙ୍କ ହାତରେ । ବହୁ ପୂରାତନ ପାଣିର ସନ୍ଧାନ ମିଳିଛି । ଶହେ ବା ହଜାରେ ବର୍ଷର ପୁରୁଣା ପାଣି ନୁହେଁ,୧୬୦ କୋଟି ବର୍ଷର ପୁରୁଣା ପାଣି । ଏହି ପାଣିକୁ ଖୋଜି ପାଇଛନ୍ତି ଟରୋଣ୍ଟ ୟୁନିଭର୍ସିଟିର ଆଇସୋଟ୍ରପ ଜିଓ କେମେଷ୍ଟ୍ରିର ଭୂ ରସାୟନବିଦ୍‌ ବାରବରା ସେରବୁଡ ଲୋଲର(Barbara Sherwood Lollar) । ଏହି ପାଣିକୁ କାନାଡାର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମରେ ରଖାଯାଇଛି । ତେବେ ଆସନ୍ତୁ ଜାଣିବା, ଏହି ପାଣି କେଉଁଠୁ ଆସିଲା ଏବଂ ଏହାର ସ୍ୱାଦ କେମିତି ?

ପାଣିର ଏହି ନମୂନା କାନାଡାର ଓଣଟାରିଓର ଉତ୍ତର ପାର୍ଶ୍ୱରେ ଥିବା ଟିମିନ୍ସ ନାମକ ଏକ ସ୍ଥାନରେ ଥିବା ଖାଦାନରୁ ମିଳିଥିଲା । ପୃଥିବୀ ପୃଷ୍ଠରେ ଥିବା ପାଣି ମଧ୍ୟରୁ ଏହା ସର୍ବ ପୁରାତନ ପାଣି । ଏତେ ପୁରୁଣା ଏକ ପାଣିର ସନ୍ଧାନ ସେ ପାଇ ପାରିଛନ୍ତି ଏକଥା ସେ ନିଜେ ବିଶ୍ୱାସ କରିପାରି ନ ଥିଲେ । ବାରବରାଙ୍କ ବିଶ୍ୱାସ, ସୌରମଣ୍ଡଳର ଅନ୍ୟ ଗ୍ରହରେ ଜୀବନ ଥିଲା କି ନାହିଁ ଏହି ପାଣିରୁ ଜାଣି ହେବ ।

ଏହି ପାଣିରୁ ଏକ ଅଜବ ଗନ୍ଧ ବାହାରୁଛି । ଏଥିରୁ ଜଣାପଡ଼ିଥିଲା, ଏହି ପାଣି ପଥର ଫାଙ୍କ ମଧ୍ୟରୁ ବାହାରୁଛି । ଏହି ପାଣିର ସ୍ୱାଦ ଅତ୍ୟନ୍ତ ଲୁଣି । ଏପରିକି ସମୁଦ୍ର ପାଣିଠାରୁ ୧୦ ଗୁଣା ଅଧିକ । ବାରବରା କହିଛନ୍ତି, ସେ ୧୯୯୨ ମସିହାରେ ପ୍ରଥମେ ଟିମିଂସ ଯାଇଥିଲେ । ସେତେବେଳେ ସେ କିଡ୍ଡୁ କ୍ରୀକ୍‌ ଖାଦାନ ଭିତରକୁ ଯାଇଥିଲେ ।

ଏହି ଯାତ୍ରାର ୧୭ ବର୍ଷ ପରେ ବାରବରା ଓ ତାଙ୍କ ଟିମ୍‌ ଏହି ଖାଦାନର ୨.୪ କିମି ଭିତରକୁ ଯାଇଥିଲେ । ପ୍ରାୟ ୪ ବର୍ଷ ଧରି ସେଠାରୁ ସେ ପାଣି ସଂଗ୍ରହ କରିଥିଲେ । ଏହାକୁ ଆଣି ଯାଞ୍ଚ କରିଥିଲେ । ବାରବରା କହିଛନ୍ତି, ଏହି ପାଣିକୁ ସେ ପ୍ରଥମେ କେବଳ ଏଚ୍‌ଟୁ ଓ ଭାବେ ଜାଣିଥିଲେ । କିନ୍ତୁ କେବେ ବି ସେ ଚିନ୍ତା କରି ନ ଥିଲେ ଯେ, ଏଥିରୁ ଏମିତି ଜିନିଷ ସବୁ ମିଳିବ ବୋଲି । ୧୬୦ କୋଟି ବର୍ଷର ଏହି ପୁରୁଣା ପାଣିରେ ରେଡିଓଜେନିକ ନୋବଲ ଗ୍ୟାସ ପରି ହିଲିୟମ, ଜେନାନ ମିଳିଛି ।

ଏହି ସର୍ବ ପୁରାତନ ପାଣିରୁ ଇଞ୍ଜିନିୟମ ନାମକ ତତ୍ତ୍ୱ ବି ମିଳିଛି । ଏହି ପାଣିରେ କୋମୋଲିଥୋଟ୍ରୋଫିକ ମାଇକ୍ରୋବ୍ସ ମଧ୍ୟ ରହିଛି, ଯେଉଁଥିପାଇଁ ପାଣିର ରଙ୍ଗ ଟିକିଏ ହଳଦିଆ । ଇାରବରାଙ୍କ କହିବା ଅନୁଯାୟୀ, ଏହି ଖାଦାନରେ ଏବେ ବି ତମ୍ବା ଏବଂ ଜିଙ୍କ ଖନନ ହେଉଛି । ଏହା ପୃଥିବୀର ସବୁଠାରୁ ଗଭୀର ଖାଦାନ । ପ୍ରାୟ ୩ କିମି ଗଭୀର । କେତେକ ସ୍ଥାନରେ ଏହାର ଗଭୀରତା ଆହୁରି ଅଧିକ ଯାହାର ଆକଳନ ଏ ଯାଏ କରାଯାଇ ପାରିନାହିଁ । ଖାଦାନ ଭିତରକୁ ଯିବା ପାଇଁ ପାଖାପାଖି ୧ ଘଣ୍ଟା ଲାଗିଥାଏ । ଏଠାକୁ ଯିବା ପାଇଁ ଦୁଇ ମହଲାର ଏଲିବେଟର ଏବଂ ଏହା ପରେ ୧.୫ କିମି ଲମ୍ବା ବ୍ୟାଟେରୀ ପାୱାର୍ଡ ଟ୍ରେନରେ ଯିବାକୁ ପଡ଼ିଥାଏ । ଏହି ଟ୍ରେନ୍‌ ୨୩୭୭ ମିଟର ଭିତରକୁ ଯାଇପାରେ ।

ବାରବରାଙ୍କ କହିବା ଅନୁଯାୟୀ, ଏହି ଖାଦାନ ଭିତରକୁ ଯିବାବେଳେ ଯଦି ଏହାର କାନ୍ଥକୁ ଛୁଇଁବେ ତେବେ ତୁମକୁ ଗରମ ଲାଗିବ । ଏହା ଭିତରେ ଥିବା ପାଣି ୨୫ ଡିଗ୍ରୀ ସେଲ୍ସିୟସ ଗରମ ରହୁଛି । ୧୯୬୩ ମସିହାରେ ଏହି ଖାଦାନ ଖନନ ଆରମ୍ଭ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଖାଦାନରେ ଅନେକ ବୈଜ୍ଞାନିକ ପରୀକ୍ଷା ନୀରିକ୍ଷା ହୋଇଛି । ଆଜି ବି ବୈଜ୍ଞାନିକଙ୍କ ପାଇଁ ଏହା ଏକ ଗବେଷଣାଗାର ପରି ବ୍ୟବହାର କରାଯାଉଛି ।

You might also like