କୋଭିଡ୍ ମୁକାବିଲାରେ ଭାରତ ହେବ ବିଶ୍ୱଗୁରୁ-ହର୍ଷବର୍ଦ୍ଧନ

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଟିଭିର OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍‌-୨୦୨୧।  ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ଓ ଜାତୀୟସ୍ତରର ଏକାଧିକ ଚିନ୍ତାନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ  ଆଲୋଚନାର ବିଷୟ ରହିଛି ‘କୋଭିଡ-୧୯; ମାନବୀୟ ସାମର୍ଥ୍ୟ ବନାମ ଆପଦା’।

 ନିଜର ମତ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ, କୋଭିଡ୍ ଯୁଦ୍ଧକୁ ବର୍ଷେ ୨ ମାସ ବିତିଲାଣି। ଭାରତର ସଫଳତାକୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଛି ।  ଏହି  ଯୁଦ୍ଧରେ ଆମକୁ ଅଭୂତପୂର୍ବ ସଫଳତା ମିଳିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ସଫଳତାର ଶ୍ରେୟ କୋଟି କୋଟି ଭାରତୀୟଙ୍କୁ ଦେଇଥିଲେ ହର୍ଷବର୍ଦ୍ଧନ। 

କୋଭିଡ୍ ଯୁଦ୍ଧରେ ଭାରତୀୟ ବୈଜ୍ଞାନିକଙ୍କ ଉଦ୍ୟମକୁ ମଧ୍ୟ ହର୍ଷବର୍ଦ୍ଧନଙ୍କ ପ୍ରଶଂସା କରିଥିଲେ । ଭାରତ ଉଦ୍ୟମରେ ୨ଟି ଭାକ୍ସିନ୍ ବାହାରି ସାରିଛି। ଆଉ ୬/୭ଟି ଭ୍ୟାକ୍ସିନ୍ ଉଦ୍ଭାବନ ଅପେକ୍ଷାରେ ରହିଛି। କାଲି ସୁଦ୍ଧା ଦେଶରେ ୧ କୋଟି ୬୬ ଲକ୍ଷ ଲୋକ ଟିକା ନେଇସାରିଲେଣି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ମନ୍ତ୍ରୀ କହିଥିଲେ,  ରାଷ୍ଟ୍ରବାଦ ଓ ମାନବବାଦ ଆମ ସଂସ୍କାର। ୫୦ରୁ ଅଧିକ ଦେଶକୁ ଭାରତ ଭ୍ୟାକ୍ସିନ୍ ଉପଲବ୍ଧ କରାଇଛି। କୋଭିଡ୍ ମୁକାବିଲାରେ ଭାରତ ବିଶ୍ୱଗୁରୁ ହେବ ବୋଲି କହିଲେ ହର୍ଷବର୍ଦ୍ଧନ ଏଥିସହିତ ସମସ୍ତଙ୍କୁ ବିନା ସଙ୍କୋଚରେ ଭ୍ୟାକ୍ସିନ୍ ନେବାକୁ ଅନୁରୋଧ କରିଥିଲେ ହର୍ଷବର୍ଦ୍ଧନ। ମାସ୍କ, ସାମାଜିକ ଦୂରତା ଓ ହାତଧୁଆକୁ ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ ମନ୍ତ୍ରୀ।

You might also like