ବଦଳିପାରେ ପଶ୍ଚିମବଙ୍ଗ ରାଜ୍ୟର ନାଁ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜ୍ୟର ନାଁ ବଦଳି ବାଙ୍ଗଲା ହୋଇପାରେ। ଏହି ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ବିଧାନସଭାରେ ମଞ୍ଜୁରୀ ମିଳିଛି। ତିନୋଟି ନାଁକୁ ନେଇ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଦିଆଯାଇଥିଲା।

ତେବେ ବାଙ୍ଗଲାକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି। ଏହାପରେ ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଇବେ। ମନ୍ତ୍ରାଳୟ ପ୍ରସ୍ତାବକୁ ଅନୁଧ୍ୟାନ କରି ଏନେଇ ସ୍ୱୀକୃତି ପ୍ରଦାନ କରିବେ। ଯଦି ପ୍ରସ୍ତାବକୁ ସ୍ୱୀକୃତି ମିଳେ ତେବେ ହିନ୍ଦୀ, ଇଂରାଜୀ ଓ ଅନ୍ୟ ସମସ୍ତ ଭାଷାରେ ବାଙ୍ଗଲା ବୋଲି ଲେଖାଯିବ ଏବଂ କୁହାଯିବ ମଧ୍ୟ। ୨୦୧୧ରେ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହା ନିର୍ବାଚନ ପ୍ରତିଶ୍ରୃତି ଥିଲା। ଗତ ଦୁଇ ବର୍ଷ ତଳେ ରାଜ୍ୟ ବିଧାନସଭାରେ ଏହି ପ୍ରସ୍ତାବ ଆଣିଥିଲା ଟିଏମ୍‌ସି।

You might also like