ଏୟାର ଫୋର୍ସ ଡେ’‌ରେ ଭାଗ ନେବ ଶକ୍ତିଶାଳୀ ରାଫେଲ୍

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତ ଏବଂ ଚୀନ ସୀମାରେ ବିବାଦ ଲାଗି ରହିଛି। ଚୀନ ସେନାକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତର ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତ ରହିଛି। ଜଳ, ସ୍ଥଳ ଏବଂ ଆକାଶ ପଥରେ ଚୀନ ସେନାର ମୁକାବିଲା କରିବା ପାଇଁ ଆବଶ୍ୟକ ଯୁଦ୍ଧ ସରଞ୍ଜାମ ମୁତୟନ କରାଯାଇଛି।

ଚୀନ ସେନାକୁ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସ୍ଥାନରେ ବାୟୁ ସେନା ମୁତୟନ ରହିଛି। ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ବାୟୁ ସେନା ସଜାଗ ରହିଛି।

ଚୀନ କୌଣସି ବି ସମୟରେ ଭାରତ ସହ ମୁକାବିଲା କରିବାକୁ ସାମର୍ଥ ରଖି ନାହିଁ। ଆଜି କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାୟୁ ସେନା ମୁଖ୍ୟ ଆର୍କେଏସ୍ ଭଦୋରିଆ।

ଯଦି, ଶତ୍ରୁ ପକ୍ଷରୁ କୌଣସି ବି ସଂଘର୍ଷ ପାଇଁ ଚେଷ୍ଟା ହୁଏ ତେବେ ଏହାର ଦୃଢ଼ ଓ ଶକ୍ତ ଜବାବ ଦିଆଯିବ। ବର୍ତ୍ତମାନ ସମୟରେ ଉତ୍ତର ପୂର୍ବ ସୀମାରେ ଅଧିକ ପରିମାଣର ସୈନିକଙ୍କୁ ମହଜୁଦ୍ ରଖାଯାଇଛି। ଏ ନେଇ ସେନା ମୁଖ୍ୟ ସୂଚନା ଦେଇଛନ୍ତି।

ସେ ଆସନ୍ତା ୮ ତାରିଖରେ ହେବାକୁ ଥିବା ବାୟୁ ସେନା ଦିବସ କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ତଥ୍ୟ ରଖିଥିଲେ। ଚଳିତ ଥର ଏୟାର ଫୋର୍ସ ଡେ ପ୍ୟାରେଡ୍‌ରେ ଭାଗ ନେବ ଶକ୍ତିଶାଳୀ ରାଫେଲ୍ ଜେଟ୍।

You might also like