ସାବାଳକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

ପଞ୍ଜାବ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ପଞ୍ଜାବ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳକ ଦମ୍ପତ୍ତି ନିଜ ଇଚ୍ଛାଅନୁସାରେ ବଞ୍ଚିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ ପୁରୁଷ ସାଥୀଙ୍କ ବିବାହ ବୟସ ହୋଇନାହିଁ ବୋଲି ବୋଲି, ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ଏକ ମାମଲାର ଶୁଣାଣି କରି ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅଲ୍‌କା ସରିନ କହିଛନ୍ତି ଯେ, ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଦେଶର ଆଇନ ସେମାନଙ୍କୁ ଦେଇଛି। ତେଣୁ ସମାଜ ଜଣେ ସାବାଳକ କେମିତି ବଞ୍ଚିବ ତାହା ସ୍ଥିର କରିପାରିବ ନାହିଁ। ଆମ ଦେଶର ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନର ଅଧିକାରର ଗ୍ୟାରେଣ୍ଟି ଦେଇଥାଏ। ତେଣୁ ନିଜ ଜୀବନ ସାଥୀ ବାଛିବାର ଅଧିକାର ପ୍ରତ୍ୟେକ ମଣିଷ ପାଖରେ ରହିଛି।

ତେଣୁ ଆମେ କାହାକୁ ନିଜ ଜୀବନ ସାଥୀ ବାଛିବାର ଅଧିକାରକୁ ରୋକିପାରିବା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ, ଜଣେ ଝିଅ କିମ୍ବା ପୁଅର ପିତାମାତା ସେମାନଙ୍କୁ ତାଙ୍କ ଜୀବନ ସାଥୀ କେମିତି ହେବ? ଏବଂ କାହାସହ ନିଜ ଜୀବନ ବିତାଇବା ଉଚିତ୍ ସେନେଇ ସେମାନଙ୍କ ବିନା ଇଚ୍ଛାରେ ନିର୍ଦ୍ଦେଶ ବି ଦେଇପାରିବେ ନାହିଁ ବୋଲି ଜଷ୍ଟିସ୍‌ ସରିନ୍‌ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏକ ‘ଲିଭ୍‌ ଇନ୍‌ ରିଲେସନସିପ୍‌’ରେ ଏକତ୍ର ରହୁଥିବା ମହିଳା ସାଥୀଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ପୁରୁଷ ସାଥୀଙ୍କ ବୟସ ୧୯ ବର୍ଷ ଥିଲା। ତେବେ ଏ ସମ୍ପର୍କରେ ଖବର ଜଣାପଡିବା ପରେ ପୁଅର ବୟସ ଝିଅର ବୟସଠାରୁ କମ ଥିବା ଦର୍ଶାଇ ବାହାଘର ଉପରେ ରୋକ ଲଗାଇବା ଲାଗି ଅପିଲ କରିଥିଲେ। କିନ୍ତୁ କୋର୍ଟ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି।

ତେବେ କିଛିଦିନ ତଳେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ବିବାହର ପ୍ରତିଶୃତି ଦେଇ ଏଣିକି ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ମହିଳା ୨୦୦୮ ମସିବାରଉ ଲିଭଇନ ରିଲେସନରେ ଥିଲେ। ପରେ କୌଣସି କାରଣରୁ ପ୍ରେମିକ ପାଖରୁ ଅଲଗା ହେବା ପରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ରିଲେସନରେ ରହିଥିବା ମହିଳା ଜଣଙ୍କ ସମ୍ପୃକ୍ତ ଯୁବବଙ୍କ ନାଁରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ। ଏହାସହ ମହିଳା ଜଣକ କହିଛନ୍ତି ଯେ, ମୋ ସହ ଯେଉଁ ସମୟରେ ସେ ପ୍ରେମ ସମ୍ପର୍କ ରଖିଥିଲେ ଠିକ ସେହି ସମୟରେ ଅନ୍ୟ ଜଣଙ୍କ ସହ ମଧ୍ୟ ସେ ସମ୍ପର୍କ ରଖିଥିଲେ।

କିନ୍ତୁ ମତେ ଏ ସମ୍ପର୍କରେ କୌଣସି କଥା କେବେ କହିନଥିଲେ। ଆମ ସମ୍ପର୍କ ପରିବାର ମଧ୍ୟ ଜାଣିଥିଲା। କିନ୍ତୁ ପରେ ଅନ୍ୟ ଜଣେ ମହିଳାଙ୍କୁ ଯୁବକ ଜଣକ ବିବାହ କରିଥିଲେ। ତେବେ ଏହି ମାମଲା ଜଷ୍ଟିସ ବିଭୁ ବଖରୁଙ୍କ ନେତୃତ୍ୱାଧୀନ ଖଣ୍ଡପୀରେ ଶୁଣାଣି ହୋଇଥିଲା। କୋର୍ଟ କହିଛନ୍ତି ଯେ,  ‘କିଛି କ୍ଷେତ୍ରରେ, ବିବାହ କରିବା ପାଇଁ ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ରାଜି କରା ଯାଇପାରେ।

ଯଦିଓ ଏପରି ଉଭୟ ପକ୍ଷ ସମାନ ସମ୍ମତି ଦେବାକୁ ଇଚ୍ଛା କରନ୍ତି ନାହିଁ। ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଏପରି ପ୍ରୋତ୍ସାହନ ସମ୍ମତି ଲାଭ କରିପାରେ। କିଛି କ୍ଷେତ୍ରରେ ଶୋଷଣ କରିବା ଉଦ୍ଦେଶ୍ୟରେ ମିଥ୍ୟା ପ୍ରତିଶୃତି ଦିଆଯାଇ ଶାରୀରିକ ସମ୍ପର୍କ ରଖାଯାଏ, ଯଦି ଏପରି କରାଯାଏ ତେବେ ଏହା ୩୭୫ ଧାରା ଅନୁଯାୟୀ ଅପରାଧ ବିବେଚିତ କରାଯାଏ। ତେବେ ଏପରି ରାୟ ଆସିବା ପରେ ଘଟଣାକୁ ନେଇ ଜୋରଦାର ଚର୍ଚା ହେଉଛି।

You might also like