ରିଲାଏନ୍ସ ଫ୍ରେସ୍‌‌ ଓ ସ୍ମାର୍ଟର ‘ଫୁଲ୍‌‌ ପଇସା ଅସୁଲ୍‌‌ ସେଲ୍‌’ ଆରମ୍ଭ

୨୦୨୦ର ଫୁଲ୍‌‌ ପଇସା ଅସୁଲ୍‌‌ ସେଲ୍‌ର ପ୍ରଥମ ସେଲ୍‌‌ ଦେଶ ବ୍ୟାପୀ ସବୁ ରିଲାଏନ୍ସ ଫ୍ରେସ୍‌‌ ଏବଂ ସ୍ମାର୍ଟ ଫ୍ଲୋର୍‌ରେ‌ରେ ଉପଲବ୍ଧ

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ବର୍ଷକୁ ଦୁଇ ଥର ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଉଥିବା ‘ଫୁଲ୍‌ ପଇସା ଅସୁଲ ସେଲ୍‌’ ‌ଏବେ ଆରମ୍ଭ ହୋଇଛି। ଏଥର ଏହା ବଡ଼ ଆକାରରେ ହେଉଛି। ଏହି ମେଗା ରିଟେଲ୍‌ ସପିଙ୍ଗ ଉତ୍ସବ ଜାନୁଆରୀ ୨୨ରୁ ଜାନୁୟାରୀ ୨୬ ତାରିଖ ପୂରା ୫ ଦିନ ଯାଏ ସମସ୍ତ ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋର୍‌ରେ ଉପଲବ୍ଧ ହେବ।

‘ଫୁଲ୍‌ ପଇସା ଅସୁଲ୍‌ ସେଲ୍‌‌’ର ଏହି ୫ ଦିନ ମଧ୍ୟରେ ଗ୍ରାହକମାନେ ତେଜରାତି ସାମଗ୍ରୀ, ଫଳ ଏବଂ ପନିପରିବା, ରୋଷେଇ ଓ ଘରକରଣା ସାମଗ୍ରୀ ଏବଂ ଅନ୍ୟ ସାଧାରଣ ସାମଗ୍ରୀ ଆଦି ସମସ୍ତ ଉତ୍ପାଦ ଉପରେ ଭଲ ରିହାତି ଅଫର୍‌‌ ପାଇପାରିବେ।

‘ଫୁଲ୍‌‌ ପଇସା ଅସୁଲ୍‌‌ ସେଲ୍‌‌’ର ଜାନୁୟାରୀ ୨୦୨୦ ସଂସ୍କରଣ ପାଇଁ ହେଉଥିବା କ୍ୟାମ୍ପେନ୍‌‌ରେ ପ୍ରତିନିଧିତ୍ୱ କରୁଥିବା ‘ରିଲାଏନ୍ସ ଫ୍ରେସ୍‌‌ ଆଣ୍ଡ ସ୍ମାର୍ଟ ଜିନି’ ସମେତ ହିନ୍ଦି ଟେଲି ଅଭିନେତ୍ରୀ ଦୀପିକା କକ୍କର ସାମିଲ ହୋଇଛନ୍ତି।

ଏହି ଅବସରରେ ରିଲାଏନ୍ସ ଫ୍ରେସ୍‌‌ ଆଣ୍ଡ୍ ସ୍ମାର୍ଟର ସିଇଓ ଦାମୋଦର ମଲ୍‌‌ କହିଛନ୍ତି, ‘ସୁପରମାର୍କେଟ୍‌‌ଗୁଡ଼ିକ ବ୍ରାଣ୍ଡ୍ ବର୍ଷ ବର୍ଷ ଧରି ଗ୍ରାହକଙ୍କ ନିୟମିତ ରୁଟିନ୍‌ର ଅଂଶବିଶେଷ ହୋଇସାରିଛି। ଜନଗୋଷ୍ଠୀ ଏବଂ ସେମାନଙ୍କ ଜୀବନକୁ ଛୁଇଁପାରିଥିବା ଆନନ୍ଦ, ଉତ୍ସବ ତଥା ପର୍ବପର୍ବାଣୀର ଆମେ ଅଂଶବିଶେଷ ପାଲଟିଛୁ। ଏଭଳି କାର୍ଯ୍ୟକ୍ରମ ଆମକୁ ଗ୍ରାହକମାନଙ୍କୁ କିଛି କହିବା ଏବଂ ସେମାନଙ୍କ ସହ ଯୋଡ଼ିହେବାର ସୁଯୋଗ ଦେଉଛି’ ବୋଲି କହିଛନ୍ତି ଦାମୋଦର।

ପ୍ରକାଶ ଥାଉକି, ରିଲାଏନ୍ସ ରିଟେଲ୍‌‌ ଦ୍ୱାରା ଏବେ ୭୦୦ରୁ ଊର୍ଦ୍ଧ୍ୱ ଫ୍ରେସ୍‌‌  ଓ ସ୍ମାର୍ଟ ଷ୍ଟୋର୍‌ ପରିଚାଳିତ ହେଉଛି।

You might also like