ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବଘେଲାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଥମେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିଥିଲେ ବଘେଲା। ପରେ ଜ୍ୱର ଅଧିକ ହେବାରୁ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଘେଲା କରୋନା ପଜିଟିଭ୍‌ ହେବା ପରେ ତାଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୋନ୍ ଯୋଗେ ବଘେଲାଙ୍କ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରକାଶ ଥାଉକି, ୧୯୯୬ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିବା ବଘେଲା ତାଙ୍କ ସମର୍ଥକଙ୍କ ମଧ୍ୟରେ ‘ବାପୁ’ ନାଁରେ ବେଶ୍ ପରିଚିତ।
ଭାରତ ଯେଉଁ କେତୋଟି ରାଜ୍ୟରେ କରୋନା ସ୍ଥିତି ଜଟିଳ ରହିଛି, ସେଥିମଧ୍ୟରୁ  ଗୁଜରାଟ ହେଉଛି ଗୋଟିଏ। ରବିବାର ସକାଳ ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗୁଜରାଟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭୦୯ ଥିବା ବେଳେ ସେଥିରୁ ୬୫୧୧ କରୋନା କେସ୍‌ ଆକ୍ଟିଭ୍ ରହିଛି। ୨୨୪୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୮୯ ଜଣଙ୍କର ମୃତ୍ୟୁ ହୋଇଛି।

You might also like