ଆଜିଠୁ ଆଡିଲେଡରେ ଭାରତ-ଅଷ୍ଟ୍ରେଲଆ ପ୍ରଥମ ଟେଷ୍ଟ ଦିନିକିଆ
ସିରିଜକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିପାରେ ଲାଗିଛି
ନୂଆଦିଲ୍ଲୀ: ଆଜିଠୁ ଆଡିଲେଡରେ ଭାରତ-ଅଷ୍ଟ୍ରେଲଆ ପ୍ରଥମ ଟେଷ୍ଟ ଦିନିକିଆ। ସିରିଜକୁ ଅଷ୍ଟ୍ରେଲିଆ ୨-୧ରେ ଜିତିଥିବା ବେଳେ ଟି-ଟ୍ୱେଣ୍ଟିକୁ ସମାନ ବ୍ୟବଧାନରେ ହାତେଇଥିଲା ଭାରତ। ତେଣୁ ଏବେ ନିଜର ଟେଷ୍ଟ ସିରିଜର ଫଳାଫଳ ଉପରେ କରୋନା ମହାମାରୀର ପ୍ରକୋପ କମୁଥିବା ବେଳେ ଭାରତ-ଅଷ୍ଟ୍ରେଲିଆ ସିରିଜକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିପାରେ ଲାଗିଛି। ତେବେ ଆହତ ସମସ୍ୟା ଓ କିଏ ଇନିଂସ ଓପନ କରିବେ ତାକୁ ନେଇ ଉଭୟ ଟିମ୍ ଦ୍ୱିଧାରେ ରହିଛନ୍ତି ରିଦ୍ଧିମାନ ଶାହ ଓ ପୃଥ୍ୱୀ ସ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ବେଳେ ରିଷଭ ଓ ରାହୁଲ୍ ବାଦ୍ ପଡ଼ିଛନ୍ତି।
ପିଙ୍କ ବଲ୍ କ୍ରିକେଟକୁ ନେଇ ବଢୁଛି ଉତ୍କଣ୍ଠା। ଖାସ୍ କରି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିରୁଦ୍ଧରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇବାକୁ ଯାଉଥିବାରୁ ଖେଳପ୍ରେମୀଙ୍କ ହୃଦସ୍ପନ୍ଦନ ବଢିବା ସ୍ୱାଭାବିକ। ଫାଷ୍ଟ ଓ ସୁଇଂ ପିଚ୍ ସାଙ୍ଗକୁ ଅଷ୍ଟ୍ରେଲିଆର ଜବରଦସ୍ତ ଫାଷ୍ଟ ବୋଲିଂ ଆଟାକ୍। ଅବଶ୍ୟ ପୂର୍ବାପେକ୍ଷା ଅଷ୍ଟ୍ରେଲିଆ ଫାଷ୍ଟ ବୋଲିଂ ଏବେ ସେତେଟା ଶାଣିତ ନୁହେଁ, ତଥାପି ଘରୋଇ ମାଟିରେ କଙ୍ଗାରୁ ବୋଲର୍ଙ୍କୁ ସାମ୍ନା କରିବା ସହଜ ନୁହେଁ। ତାସହିତ ଆଜିଠାରୁ ଆଡିଲେଡରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ଦିବାରାତ୍ର ହେବ ଏଭଳି ସ୍ଥିତିର ଖେଳର ପ୍ରଥମ କିଛି ଓଭର ଏବଂ ଲାଇଟ ଅନ୍ ହେବା ପରର କିଛି ଓଭରରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଧୈର୍ଯ୍ୟର ପରୀକ୍ଷା ହେବ।
କଠିନ କଣ୍ଡିସନରେ ଖାସ୍ କରି ଓପନିଂ ବ୍ୟାଟସମ୍ୟାନଙ୍କ ଧୈର୍ଯ୍ୟ ଓ ଟେକନିକ୍ ଉପରେ ସବୁ ନିର୍ଭର କରିବ। ଭଲ ଓପନିଂ ପାର୍ଟନରସିପ୍ ହୋଇପାରିଲେ ମିଡଲ ଅର୍ଡରଙ୍କ ପାଇଁ କାମ ସହଜ ହେବ। ଆଜି ଘୋଷଣା ହୋଇଥିବା ପ୍ଲେଇଂ ଇଲେଭେନରୁ ଯାହା ଜଣାପଡୁଛି ପୃଥ୍ୱୀ ସ, ମୟଙ୍କ ଅଗ୍ରଓ୍ୱାଲଙ୍କ ସହ ଓପନିଂ କରିବେ। ଅଫ୍ ଷ୍ଟମ୍ପରେ ପୃଥ୍ୱୀଙ୍କ ଟେକନିକକୁ ନେଇ ସମସ୍ୟା ସତ୍ତ୍ୱେ କେଏଲ୍ ରାହୁଲଙ୍କ ଅପେକ୍ଷା ପୃଥ୍ୱୀଙ୍କ ଉପରେ ଅଧିକ ଭରସା କରିଛି ଟିମ୍ ମ୍ୟାନେଜମେଣ୍ଟ। ରୋହିତ ଶର୍ମା ଟିମକୁ ଫେରିବା ପର୍ଯ୍ୟନ୍ତ ମୟଙ୍କ ଓ ପୃଥ୍ୱୀ ହିଁ ଓପନିଂ କରିବା ଏକରକମ ନିଶ୍ଚିତ ହୋଇଯାଇଛି। ହନୁମା ବିହାରୀ ପୂର୍ବଭଳି ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ ପୂଜାରା। ଫାଷ୍ଟଡାଉନ ଓ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବେ ରାହାଣେ। ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନୀ ଓ ଉମେଶ ଯାଦବ ବି ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଛନ୍ତି।
ଭାରତ ଭଳି ଓପନିଂ ଯୋଡିକୁ ନେଇ ଅଷ୍ଟ୍ରେଲିଆର ବି ସମାନ ସମସ୍ୟା। ଡେଭିଡ୍ ଓ୍ୱାର୍ଣ୍ଣର ଆହତ ଥିବାରୁ କିଏ ଇନିଂସ ଓପନ କରିବେ ତାକୁ ନେଇ ଚିନ୍ତାରେ କଙ୍ଗାରୁ ଟିମ୍। ଆଜି ଆଡିଲେଡରେ ପ୍ରଥମ ଟେଷ୍ଟ ଥିବା ବେଳେ ୨୬ରୁ ମେଲବୋର୍ଣ୍ଣରେ ଦ୍ୱିତୀୟ, ଜାନୁଆରୀ ୭ରୁ ସିଡନୀରେ ତୃତୀୟ ଓ ୧୫ରୁ ବ୍ରିସବେନରେ ଚତୁର୍ଥ ଟେଷ୍ଟମ୍ୟାଚ୍ ଖେଳାଯିବ। ୨୦୧୮-୧୯ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ମାତ୍ ଦେଇ ୪ଟି ମ୍ୟାଚ ବିଶଷ୍ଟ ସିରିଜକୁ ୨-୧ରେ ହାତେଇଥିଲା ଟିମ୍ ଇଣ୍ଡିଆ।