ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ। ୧୪୯ ଜଣ ଯାତ୍ରୀଙ୍କୁ ନେଇ ରାଜସ୍ଥାନର ଜୟପୁରରେ ପହଞ୍ଚିଛି ଏହି ବିମାନ। ସେମାନଙ୍କ ସ୍ୱାଗତ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେପଟେ କାନାଡାରେ ଫସି ରହିଥିବା ଅନେକ ଭାରତୀୟଙ୍କୁ ନେଇ ଚଣ୍ଡିଗଡ଼ରେ ପହଞ୍ଚିଛି ଆଉ ଏକ ବିମାନ।

ଗତକାଲି ଭେଁକୁବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ୩୨୭ ଜଣ ଯାତ୍ରୀଙ୍କୁ ନେଇ ଆସିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ଏହି ବିମାନ ବାହାର ଦିଲ୍ଲୀରେ ୨୨୭ ଓ ଚଣ୍ଡିଗଡରେ ୧୦୦ ଜଣଙ୍କୁ ଆଣି ଛାଡିଛି।

ବର୍ତ୍ତମାନ ସୁଦ୍ଧା ବନ୍ଦେ ଭାରତ ମିଶନ ଯୋଜନାରେ ୨୦ ହଜାର ପ୍ରବାସୀ ଭାରତୀୟ ଆସିଥିବା ବେଳେ ମେ ମାସ ଶେଷ ସୁଦ୍ଧା ଆଉ ୫୦ହଜାର ପ୍ରବାସୀ ଫେରିବେ ବୋଲି ସୂଚନା ମିଳିଛି।

You might also like