ସନ୍ତାନକୁ କୋଳରେ ଧରି ଅଫିସ୍ ଆସିଲେ ଏହି ମହିଳା ଆଇଏଏସ୍ ଅଧିକାରୀ

ବିଶାଖାପାଟଣା: କର୍ତ୍ତବ୍ୟର ଆହ୍ୱାନ ଆଗରେ ଗୌଣ ହେଲା ବ୍ୟକ୍ତିଗତ ସମସ୍ୟା। ଜନସାଧାରଣଙ୍କ ସେବା ପାଇଁ ମାସକର ସନ୍ତାନକୁ କାଖରେ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ। ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପାଟଣା ମୁନିସପାଲିଟି କମିଶନର ଗୁମାଲା ଶ୍ରୀଜନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ଏଭଳି ବିରଳ ଘଟଣା କରୋନା ଭାଇରସ ସହ ସାରା ଦେଶ ଲଢୁଥିବା ବେଳେ ସେ ବି ନିଜର ନିହାତି ଅସୁବିଧା ସମୟରେ ଜନସେବା କରିବାକୁ ପଛାଇ ନାହାନ୍ତି। ଗୁମାଲା ମାସକ ତଳେ ମାତୃତ୍ୱ ଲାଭ କରିଥିଲେ।

ଏବେ ତାଙ୍କର ମାତୃତ୍ୱକାଳୀନ ଛୁଟିରେ ରହିବା କଥା ହେଲେ କର୍ତ୍ତବ୍ୟର ଆହ୍ୱାନ ଆଗରେ ଘରେ ଚୁପ୍ ବସି ପାରିନଥିଲେ ସେ। ମାସକର ସନ୍ତାନକୁ କୋଳରେ ଧରି ଅଫିସ ଆସିବା ସହ ସେହି ଅବସ୍ଥାରେ ଦୈନନ୍ଦିନ ଅଫିସ କାର୍ଯ୍ୟ ସୂଚାରୁ ରୂପେ ତୁଲାଉଛନ୍ତି। ଯାହା ଖାଲି ଆନ୍ଧପ୍ରଦେଶ ନୁହେଁ, ବରଂ ସାରା ଦେଶ ପାଇଁ ବିରଳ ଉଦାହରଣ ସୃଷ୍ଟି କରି ପାରିଛି।

You might also like