କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ

ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ ଆଲୋଚନା ପାଇଁ ରାଜି ହେଲେ ଚାଷୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ ଆଲୋଚନା ପାଇଁ ରାଜି ହେଲେ ଚାଷୀ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଆନ୍ଦୋଳନରତ ଚାଷୀ। ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଏ ନେଇ ସୂଚନା ଦେଇଛି। ଗତକାଲି ମୋର୍ଚାର ବୈଠକ ବସିଥିଲା। ବୈଠକରେ ସରକାରଙ୍କ ସହ ପୁନର୍ବାର ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବା ସଙ୍ଗଠନର ନେତା ସାମ୍ବଦିକ ସମ୍ମିଳନୀରେ କହିଛନ୍ତି।

ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଆନ୍ଦୋଳନରତ ଚାଷୀଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ପରବର୍ତ୍ତୀ ପର୍ଯାୟ ଆଲୋଚନା ପାଇଁ ତାରିଖ ଓ ସମୟ ନିର୍ଦ୍ଧାରଣ କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତିବାଦ କରି ଏହାକୁ ରଦ୍ଦ କରିବା କରିବା ଦାବିରେ ମାସେରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ସରକାରଙ୍କ ସହ ପୂର୍ବରୁ ୫ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ କିଛିବି ନିଷ୍କର୍ସ ବାହାରିପାରିନଥିଲା।

ତେବେ ପୂର୍ବରୁ ଆଲୋଚନା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଚାଷୀ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଆମ ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି କି ଏଥି ପ୍ରତି ଗମ୍ଭୀର ନୁହଁନ୍ତି ସରକାର। ଯଦି ଆଇନ ପ୍ରତ୍ୟାହାର ପାଇଁ ରାଜି ନ ହୁଅନ୍ତି, ଆଲୋଚନାର କିଛି ମୂଲ୍ୟ ନାହିଁ। ଆଜି ଚାଷୀ ସଂଗଠନଗୁଡ଼ିକ ନିଜ ନିଜ ଭିତରେ ଆଲୋଚନା କରିବେ ଏବଂ ଆନୁଷ୍ଠାନିକ ଭାବେ ସେମାନଙ୍କ ଉତ୍ତର ସରକାରଙ୍କୁ ଅବଗତ କରାଇବେ।

MSP କୁ ନେଇ ଏବେ ମଧ୍ୟ ଚାଷୀଙ୍କ ମଧ୍ୟରେ ଭୟ ରହିିଥିବା ଚାଷୀ ସଂଗଠନ ନେତା କହିଛନ୍ତି, ଆଲୋଚନା ପାଇଁ ଦିନ ସ୍ଥିର କରିବାକୁ ଆଗରୁ କେନ୍ଦ୍ର କୃଷିମନ୍ତ୍ରାଳୟ ତରଫରୁ ଚାଷୀଙ୍କୁ ଚିଠି ଲେଖାଯାଇଥିଲା। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ୫ଟି ବୈଠକ ହେଲାଣି, କିନ୍ତୁ ସମାଧାନର କିଛି ବାଟ ବାହାରି ପାରି ନାହିଁ।

ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଥିଲେ କେନ୍ଦ୍ର ସରକାର। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଆଲୋଚନା ପାଇଁ ଆସିବାକୁ କୁହାଯାଇଥିଲା। ପୂର୍ବରୁ କିଛି ସଂଗଠନକୁ କେନ୍ଦ୍ର ଜାଣିଶୁଣି ଭିନ୍ନ ଭିନ୍ନ ତାରିଖରେ ଆଲୋଚନା ପାଇଁ ଡାକି ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।

ଏହାପରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ସେମାନଙ୍କୁ ତାରିଖ ଓ ସମୟ ନିର୍ଦ୍ଧାରଣ କରିବାକୁ ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର। ସରକାର ଆଲୋଚନା ଦ୍ୱାରା ସମସ୍ୟାର ତର୍କସଙ୍ଗତ ସମାଧାନ ବାହାର କରିବାକୁ ପ୍ରସ୍ତୁତ ଅଛନ୍ତି।

ପୂର୍ବରୁ ମଧ୍ୟ ଆଲୋଚନା ହୋଇଛି ଏବଂ ଆଗକୁ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଚିଠିରେ କୁହାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟ ବୈଠକର ତାରିଖ ଓ ସମୟ ଜଣାଇବା ସହ ବିଜ୍ଞାନ ଭବନରେ ମନ୍ତ୍ରୀ ସ୍ତରୀୟ କମିଟି ସହ ଆଲୋଚନା ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହି ଅବସରରେ ଓଡ଼ିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ।

ଦେଶର ବିଭିନ୍ନ ପ୍ରାନ୍ତର ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନୂଆପଡ଼ା ଜିଲ୍ଲାର ଚାଷୀ ନବୀନ ଠାକୁରଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି। ପିଏମ କିଶାନ ଯୋଜନା ସହ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନବୀନ କିପରି ଉପକୃତ ହୋଇଛନ୍ତି ସେ ନେଇ ଆଲୋଚନା କଲେ।

ପୂର୍ବରୁ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ କରଜରେ ବୁଡ଼ି ରହୁଥିଲେ। ତେବେ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା କମ୍ ସୁଦ୍ଧରେ ଚାଷୀ ଋଣ ଆଣି ଉପକୃତ ହେଉଥିବା ଚାଷୀ ନବୀନ କହିଥିଲେ। ଆଗକୁ ଏପରି ଋଣ ଆଣିବା ଲାଗି ଅନ୍ୟ ଚାଷୀ ମାନଙ୍କୁ ପ୍ରେରଣା ଦେବା ଲାଗି ଚାଷୀ ନବୀନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ।

You might also like