ମହାବାତ୍ୟାର ରୂପ ନେଲା ‘ଅମ୍ପନ୍’

ନୂଆଦିଲ୍ଲୀ: ମହାବାତ୍ୟାର ରୂପ ନେଲା ‘ଅମ୍ପନ୍’। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଦିନ ସାଢ଼େ ୧୧ଟାରେ ବଙ୍ଗୋପସାଗର ମଧ୍ୟରେ ଅମ୍ପନ୍‌ ସୁପର୍‌ ସାଇକ୍ଲୋନ୍‌ରେ ପରିଣତ ହୋଇଛି। ଫଳରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୨୬୫ କି.ମି. ଯାଏ ରହିବ ବୋଲି ଆକଳନ କରାଯାଇଛି।

ଯଦିଓ ଅମ୍ପନ୍‌ ମହାବାତ୍ୟାରେ ପରିଣତ ହୋଇଛି, କିନ୍ତୁ ଆସନ୍ତାକାଲି ସ୍ଥଳଭାଗକୁ ଗତି କରି ବଙ୍ଗୋପସାଗରର ଉତ୍ତର ଭାଗରେ ପହଞ୍ଚିବା ସମୟରେ ପବନର ବେଗ କ୍ରମଶଃ କମି ଯିବ। ମେ’ ୨୦ରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଲାଣ୍ଡ୍‌ଫଲ୍ କରିବ, ତାହା ସ୍ଫଷ୍ଟ ହୋଇନାହିଁ।

You might also like