ଆମେରିକାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲା

ନ୍ୟୁୟର୍କ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୪୭ ହଜାରରୁ ଅଧିକ ଲୋକ। ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଛି।

ସେହିଭଳି ୬ ଲକ୍ଷ ୭୮ ହଜାରରୁ ଅଧିକ ଲୋକ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି। ଇଟାଲୀରେ ଏଠାରେ ୨୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ସେହିଭଳି ସ୍ପେନରେ ୧ ଲକ୍ଷ ୮୪ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା।

You might also like