ମୃତ୍ୟୁ ପୂର୍ବଦିନ ରିୟାଙ୍କୁ ଭେଟିଥିଲେ କି ସୁଶାନ୍ତ ? ସିବିଆଇ ରଖିଲା ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ଆକ୍ସନ୍ ମୁଡକୁ ଆସିଛି। କିଛି ଦିନର ବ୍ୟବଧାନ ପରେ ମାମଲାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି। ମୃତ୍ୟୁ ପୂର୍ବ ଦିନ ଅର୍ଥାତ ଜୁନ୍ ୧୩ରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଭେଟିଥିବା ଖବରକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ମୃତ୍ୟୁ ପୂର୍ବଦିନ ସୁଶାନ୍ତ ରିୟାଙ୍କୁ ଭେଟିଥିବା  ନେଇ କିଛି ପଡ଼ୋଶୀ ଦାବି କରିଥିଲେ। ଏହି ଘଟଣାକୁ ନେଇ ଏବେ ସିବିଆଇ ଏମାନଙ୍କୁ ନୋଟିସ୍ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଖବର ମୁତାବକ, ପଡୋଶିନୀ ଜଣକ ଏକ ଟିଭି ଚାନେଲରେ ଦାବି କରିଥିଲେ ଯେ, ଜୁନ୍‌ ୧୩ରେ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ରିୟାଙ୍କ ଘର ଯାଞ୍ଚ କରିବାକୁ ସିବିଆଇ ଯାଇଥିବାବେଳେ ପଡୋଶୀଙ୍କୁ ଏ ନେଇ ପଚରାଉଚରା କରାଯାଇଥିଲା। ତେବେ ପଡୋଶୀ ଏ ନେଇ ସଠିକ୍ ତଥ୍ୟ ଦେଇ ପାରି ନ ଥିଲେ। ରବିବାର ଯାଞ୍ଚ ଏଜେନ୍ସି ସମ୍ମୁଖରେ ସେ ସ୍ୱୀକାର କରିଥିଲେ ଯେ, ୧୩ ଜୁନ୍‌ରେ ସୁଶାନ୍ତ ରିୟାଙ୍କୁ ତାଙ୍କ ଘର ବାହାରେ ଡ୍ରପ୍‌ କରିବା ସେ ଦେଖି ନାହାନ୍ତି।

ଏହି ଘଟଣା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁଜବ ପ୍ରକାର କରୁଥିବା ଲୋକଙ୍କୁ କଡା ଚେତାବନୀ ଦେଇଛନ୍ତି।  ଘଟଣାର ସତ୍ୟତାକୁ ପରଖିବା ସହ ମିଛ ଓ ଗୁଜବକୁ ପ୍ରଚାର ନକରିବାକୁ ସିବିଆଇ ଏକ ନୋଟିସରେ ସିବିଆଇ କହିଛି।

ସୂଚନାଥାଉ କି, ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ  ଘରୁ ମିଳିଥିଲା। ଦେଶର ସବୁଠୁ ବଡ଼ ହାଇପ୍ରୋଫାଇଲ୍ ମାମଲାରେ ସିବିଆଇ ସମେତ ଇଡି, ଏନସିବି ଖୋଳତାଡ଼ କରୁଛି।

ଆହୁରି ପଢ଼ନ୍ତୁ

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

You might also like