ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ସିଆରପିଏଫ୍ ଡିଜି

ନୂଆଦିଲ୍ଲୀ: ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେଲ୍ଫ କ୍ୱାରେଣ୍ଟାଇନ୍‌କୁ ଗଲେ ସିଆରପିଏଫ ଡିଜି ଏ ପି ମାହେଶ୍ୱରୀ। ପରୋକ୍ଷ ଭାବେ ସେ ସିଆରପିଏଫ୍‌ର ଚିଫ୍ ମେଡିକାଲ ଅପିସରଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ସଂପୃକ୍ତ ମେଡିକାଲ ଅଧିକାରୀ ଜଣଙ୍କ କରୋନା ପଜିଟିଭ୍ ଟିହ୍ନଟ ହୋଇଥିଲେ।

ଏହା ଜଣାପଡ଼ିବା ପରେ ସିଆରପିଏଫ୍‌ ଡିଜି ନିଜେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଛନ୍ତି। ସିଆରପିଏଫର ଯେଉଁ ଯବାନ ସଂପୃକ୍ତ ମେଡିକାଲ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ତାଙ୍କ ରକ୍ତ ନମୁନା କିନ୍ତୁ ନେଗେଟିଭ୍ ଆସିଛି।

ଏହା ପରେ ବି ପ୍ରୋଟକଲ୍ ଅନୁସାରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଥିବା ସିଆରପିଏଫ୍ ଡିଆଇଜି ତଥା ମୁଖପାତ୍ର ଦିନାକରନ ସୂଚନା ଦେଇଛନ୍ତି।

You might also like