• translate
Odishatv Bureau

ଭୁବନେଶ୍ୱର : ଖୁବଶୀଘ୍ର ଆସିବ କରୋନା ଟିକା । ଟିକା ଲାଗି ଆଉ ବେଶିଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଦେଶବାସୀ ଟିକାକୁ ନେଇ ଚିନ୍ତିତ ଥିବା ବେଳେ ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାତ୍ର ଆଉ କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ଭ୍ୟାକ୍ସିନକୁ ନେଇ ବସିଥିବା ସର୍ବଦଳୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଟିକାକୁ ନେଇ ବୈଜ୍ଞାନିକଙ୍କ ଗ୍ରୀନ ସିଗନାଲ ମିଳିବା ମାତ୍ରେ ଦେଶରେ ଟିକା କରଣ ଆରମ୍ଭ କରାଯିବ । ତେବେ ଟିକା ତିଆରି ହେବା ପରେ ପ୍ରଥମେ କାହାକୁ ମିଳିବ ସେନେଇ ରାଜ୍ୟମାନଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଉପରେ ବିଚାର ଚାଲିଥିବା ସେ କହିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଓ ଗମ୍ଭୀର ରୋଗରେ ପଡିଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଉଥିବା କହିଲେ ମୋଦି ।

Other Stories