ଚୀନକୁ ଜବାବ ଦେବାକୁ ଅଣ୍ଟା ଭିଡ଼ିଲା ବ୍ୟବସାୟୀ ମହାସଂଘ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ନେଉଛି। ଚୀନର ଯୁଦ୍ଧଖୋର ପ୍ରବୃତ୍ତିର ଜବାବ ଦେବାକୁ ଏବେ ଅଣ୍ଟା ଭିଡିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (CAIT)। ଚୀନ୍‌ରୁ ବହୁଳ ଆମଦାନୀ ୫ଶହରୁ ଅଧିକ ସାମଗ୍ରୀକୁ ବର୍ଜନ ଲାଗି ଆହ୍ୱାନ ପରେ ଚାଇନା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ଲାଗି ମହାସଂଘ କେନ୍ଦ୍ର ସରକାରଙ୍କୁ ଅପିଲ କରିଛି।

ଅନ୍ୟପକ୍ଷରେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଷ୍ଟକ୍ ଥିବା ସମସ୍ତ ଚୀନ ନିର୍ମିତ ସାମଗ୍ରୀକୁ ବିକ୍ରି କରିଦେବାକୁ ମହାସଂଘ ବ୍ୟବସାୟୀଙ୍କୁ ଆହ୍ୱାନ ଦେବା ସହ ଆଗକୁ ଆଉ କୌଣସି ନୂଆ ଡିଲ୍ ନକରିବାକୁ କହିଛି। ଅପରପକ୍ଷରେ ବ୍ୟବସାୟୀଙ୍କ କ୍ଷତିର ଭରଣା ଲାଗି କେନ୍ଦ୍ର ସବ୍‌ସିଡି ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଅନ୍ୟପକ୍ଷରେ ଚୀନରୁ ଆମଦାନୀ ସାମଗ୍ରୀକୁ କିଭଳି ଦେଶରେ ଉତ୍ପାଦନ କରାଯାଇପାରିବ, ସେନେଇ ଏକ ଟାସ୍କଫୋର୍ସ ଗଠନ ଲାଗି ବି CAIT କେନ୍ଦ୍ରକୁ ପରାମର୍ଶ ଦେଇଛି। ଏପଟେ ଚୀନ୍ ସାମଗ୍ରୀକୁ ଚିହ୍ନଟ ଲାଗି ଆମାଜନ୍ ଓ ଫ୍ଲିପ୍‌କାର୍ଟ ଭଳି ଇ-କର୍ମସ ସଂସ୍ଥା ଏଣିକି ଅନଲାଇନରେ ବିକ୍ରି କରୁଥିବା ସାମଗ୍ରୀ ଉପରେ ‘ମେଡ ଇନ୍ ଚାଇନା’ ଲେବଲ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

You might also like