ବ୍ୟାଙ୍କ ଜମାକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଦେବାଳିଆ ସ୍ଥିତିରୁ ୟେସ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ଭିତ୍ତିରେ ୟେସ ବ୍ୟାଙ୍କକୁ ସହାୟତା କରାଯିବ। ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନକୁ ଷ୍ଟେଟ ବ୍ୟାଙ୍କ କିଣିବ।

ଏହାସହ ବାକି ଅଂଶଧନ କିଣିବା ଲାଗି ନିବେଶକମାନଙ୍କୁ ଆହ୍ୱାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜମାକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହାୟତା ଲାଗି ଏପରି ନିଷ୍ପତ୍ତି ହୋଇଛି। ୟେସ ବ୍ୟାଙ୍କରେ ନିବେଶ କରିବାକୁ ଥିବା ସଂସ୍ଥାଗୁଡ଼ିକ ପାଇଁ ଲକ୍ ଇନ୍ ପିରିଅଡ ୩ ବର୍ଷ ରହିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସେପଟେ ଆଇସିଆଇସିଆଇ ବ୍ୟାଙ୍କ ହଜାରେ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ବୋର୍ଡରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି।

ପୁନରୁଦ୍ଧାର ସଂପର୍କିତ ବିଜ୍ଞପ୍ତି ଜାରି ହେବାର ୩ ଦିନ ଭିତରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲାଗୁ ହୋଇଥିବା ୫୦ ହଜାର ଟଙ୍କା ଉଠାଣ କଟକଣା ପ୍ରତ୍ୟାହାର କରିନିଆଯିବ ବୋଲି ସେ କହିଛନ୍ତି।

You might also like