ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ
ଆଜି ପ୍ରକାଶ ପାଇବ କାର୍ଯ୍ୟସୂଚୀ
- ଆଜି ପ୍ରକାଶ ପାଇବ କାର୍ଯ୍ୟସୂଚୀ
- ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆଜି ପ୍ରକାଶ ପାଇବ କାର୍ଯ୍ୟସୂଚୀ
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୂର୍ବରୁ ଟ୍ୱିଟ୍ କରି ଘୋଷଣା କରିଥିଲେ
- cbse.nic.in ରେ ଉପଲବ୍ଧ ହେବ ପୂରା କାର୍ଯ୍ୟସୂଚୀ
- ମାର୍ଚ୍ଚ ୧ରୁ ସ୍କୁଲ ଗୁଡିକ ଦ୍ୱାରା ପ୍ରାକ୍ଟିକାଲ ପରୀକ୍ଷା କରାଯିବ
- ମେ ୪ରୁ ଜୁନ୍ ୧୦ ଭିତରେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ
- ଜୁଲାଇ ୧୫ରେ ରେଜଲ୍ଟ ପ୍ରକାଶ ପାଇବ
- ଚଳିତବର୍ଷ ପରୀକ୍ଷା ଗୁଡିକ ଅନ୍ଲାଇନରେ ନହୋଇ ଲିଖିତ ଭାବେ ହେବ
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପୂର୍ବରୁ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ ବୋର୍ଡର ଅଫିସିଆଲ୍ ୱେବସାଇଟ୍। CBSE.NIC.IN ରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ସମସ୍ତ ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ରେକର୍ଡ ଡିଜିଟାଲାଇଜ୍ କରାଯିବ, ଯାହାଦ୍ୱାରା ସାର୍ଟିଫିକେଟ୍ ମିଳିବାରେ ସୁବିଧା ହେବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
#ଆଜି_ପ୍ରକାଶ_ପାଇବ_କାର୍ଯ୍ୟସୂଚୀ#CBSE ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆଜି ପ୍ରକାଶ ପାଇବ କାର୍ଯ୍ୟସୂଚୀ#Odisha #CBSE #India pic.twitter.com/YiCBdRWBQZ
— ଓଟିଭି (@otvkhabar) February 2, 2021
ନୂଆ ଶିକ୍ଷା ନୀତି-୨୦୨୦ ର ଲକ୍ଷ୍ୟ ପୂରଣ ପାଇଁ ୧୦ ଲକ୍ଷ ଶିକ୍ଷକଙ୍କୁ ଟ୍ରେନିଂ ଦେବ ସିବିଏସ୍ଇ। ମାର୍ଚ୍ଚ ୧ ତାରିଖରୁ ସ୍କୁଲ ଗୁଡିକ ଦ୍ୱାରା ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ମେ ୪ରୁ ଜୁନ୍ ୧୦ ତାରିଖ ଭିତରେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୧୫ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ମଧ୍ୟ ସୂଚନା ରହିଛି। ତେବେ ଚଳିତବର୍ଷ ପରୀକ୍ଷା ଗୁଡିକ ଅନ୍ଲାଇନରେ ନହୋଇ ଲିଖିତ ଭାବେ କରାଯିବ ବୋଲି ପୂର୍ବରୁ ସିବିଏସ୍ଇ ଘୋଷଣା କରିସାରିଛି।