ଆଉ ରାସ୍ତାରେ ଚଳିବ ନାହିଁ ମନମାନି। ଗାଡ଼ିରେ ଇନସ୍ୟୁରାନ୍ସ ନଥିଲେ ୨ ହଜାର ଫାଇନ

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଟଙ୍କା ଫାଇନ୍

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଟଙ୍କା ଫାଇନ୍

କ୍ଷମତାଠାରୁ ଅଧିକ ଯାତ୍ରୀ ନେଲେ ପ୍ରତି ଯାତ୍ରୀଙ୍କ ପିଛା ୧ ହଜାର ଜୋରିମାନା

ବାଇକରେ ୨ ରୁ ଅଧିକ ଜଣ ଗଲେ ୩ ମାସ ରଦ୍ଦ ହେବ ଲାଇସେନ୍ସ?

ନୂଆଦିଲ୍ଲୀ: ଦେଶରେ ଧୀରେ କଡ଼ାକଡ଼ି ହେଉଛି ଟ୍ରାଫିକ ନିୟମ। ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା। ୯ ଅଗଷ୍ଟ ୨୦୧୯ର ମୋଟର ଯାନ ସଂଶୋଧନ ବିଧେୟକକୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ଦେଇସାରିଛନ୍ତି। ଆଉ ଏହାପରେ ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। କାରଣ ଟ୍ରାଫିକ ନିୟମ ଭାଙ୍ଗିରେ ନିସ୍ତାର ନାହିଁ।

ନୂଆ ନିୟମ ଅନୁସାରେ, ଆପଣ ଯଦି ରାସ୍ତାରେ କୌଣସି ଜରୁରୀ କାଳୀନ ଗାଡ଼ିକୁ ରାସ୍ତା ନଛାଡ଼ନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ ଡ୍ରାଇଭିଂ ଲାଇସେନ୍ସର ନିୟମ ଉଲଙ୍ଘନ କଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବା ନେଇ ସୂଚନା ରହିଛି। ଯଦି ନିର୍ଧାରିତ ଗତିଠାରୁ ଦ୍ରୁତ ଗତିରେ ଆପଣ ଗାଡ଼ି ଚଳାନ୍ତି ତେବେ ଆପଣଙ୍କୁ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିପାରେ।

କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଦେବେ ଜୋରିମାନା?

୧. ଧାରା ୧୭୮ ଅନୁସାରେ ଏଣିକି ଆପଣ ବିନା ଟିକେଟରେ ଯାତ୍ରା କଲେ ୫୦୦ ଟଙ୍କା ଦେବେ ଜୋରିମାନା

୨. ଆଉ ଟ୍ରାଫିକ କର୍ତ୍ତୃପକ୍ଷଙ୍କ ଆଦେଶ ନମାନିଲେ ୨ ହଜାର ଟଙ୍କା ଦେବାକୁ ପଡ଼ିବ ଜୋରିମାନା।

୩. ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫ ହଜାର ଟଙ୍କାର କଟିବ ଚାଲାଣ।

୪. ଧାରା ୧୮୨ ଅନୁସାରେ, ଅଯୋଗ୍ୟ ବିବେଚିତ ହେବା ପରେ ବି ଗାଡ଼ି ଚାଳନା କଲେ ଦେବାକୁ ପଡ଼ିବ ୧୦ ହଜାର ଟଙ୍କାର ଜୋରିମାନା

୫. ଏହାସହ ନିର୍ଧାରିତ ଓଜନଠାରୁ ଅଧିକ ମାଲ ପରିବହନ କଲେ ଧାରା ୧୮୩ ଅନୁସାରେ, ୧୦୦୦ ଟଙ୍କା ଗଣିବାକୁ ପଡିବ ଫାଇନ୍।

୬. ବେପୁରୁଆ ଗାଡ଼ି ଚାଳନା ଲାଗି ୧୮୪ ଧାରା ଅନୁସାରେ ଦେବାକୁ ପଡ଼ିବ ୫ ହଜାର ଟଙ୍କା।

୭. ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗାଡ଼ି ଚାଳନା ସମୟରେ ମଦ୍ୟପାନ କରି ଧରାପଡିଲେ ୧୮୫ ଧାରା ଅନୁସାରେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ଜୋରିମାନା।

୮. ରାସ୍ତା ଉପରେ ରେସିଂ କଲେ ଧାରା ୧୮୯ ଅନୁସାରେ ଦେବାକୁ ପଡ଼ିବ ୫ ହଜାର ଟଙ୍କାର ଜୋରିମାନା।

୯. କେବଳ ଏତିକି ନୁହେଁ ଏଣିକି ୧୯୨୧ ଧାରା (ଏ) ଅନୁସାରେ, ପରମିଟ୍ ନଥିବା ଗାଡ଼ି ଚାଳନା ଲାଗି କଟିବ ୧୦ ହଜାର ଟଙ୍କାର ଜୋରିମାନା।

୧୦. ଯଦି କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରନ୍ତି ତେବେ ଧାରା ୧୯୪ ଏ ଅନୁସାରେ ପ୍ରତି ଏକ୍ସଟ୍ରା ପ୍ୟାସେଞ୍ଜର ପାଇଁ ଦେବାକୁ ପଡ଼ିବ ୧ ହଜାର ଟଙ୍କା।

୧୧. ଗାଡ଼ି ଚାଳନା ସମୟରେ ସିଟ୍ ବେଲ୍ଟ ନପିନ୍ଧିଲେ ୧୯୪ ବି ଅନୁସାରେ ୧୦୦୦ ଟଙ୍କା ଗଣିବେ ତଣ୍ଡ

୧୨. ମୋଟର ସାଇକେଲରେ ୨ ଜଣରୁ ଅଧିକ ଗଲେ ଦେବାକୁ ୧ହଜାର ଟଙ୍କା ଫାଇନ ସହ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଲାଇସେନ୍ସ ରଦ୍ଦ

୧୩. ଯେକୌଣସି ପରିସ୍ଥିତିରେ ବି  ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଆପଣ ବାଧ୍ୟ। ଆଉ ଯଦି ଆମ୍ବୁଲାନ୍ସକୁ ବାଟ ନଛାଡନ୍ତି ତେବେ ଧାରା ୧୯୪ ଈ ଅନୁସାରେ ଆପଣଙ୍କୁ ଗଣିବାକୁ ପଡ଼ିବ ୧୦ ହଜାର ଟଙ୍କା ଜୋରିମାନା

୧୪. ବିନା ବୀମାଭୁକ୍ତ ଗାଡ଼ି ଚାଳନା କଲେ ୨ ହଜାର ଟଙ୍କାର କଟିବ ଚାଲାଣ

୧୫. ଆଉ ଧାରା ୧୯୯ ଅନୁସାରେ ଆପଣଙ୍କ ଗାଡ଼ି ନାବାଳକ ଚଲାଉଥିଲେ ତେବେ ଅଭିଭାବକ କିମ୍ବା ଗାଡି ମାଲିକଙ୍କୁ ୩ ମାସ ପର୍ଯ୍ୟନ୍ତ ସଜା ହୋଇପାରେ ଏହାସହ ଗାଡ଼ିର ରେଜିଷ୍ଟ୍ରେସନ ମଧ୍ୟ କ୍ୟାନସଲ ହୋଇପାରେ।

You might also like