ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ କଥା ହେଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କ୍ୟାବିନେଟ ସେକ୍ରେଟାରୀ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି।  ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲାର ସ୍ଥିତି ଉପରେ ଆଲୋଚନା ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ୩୫୦ ଶ୍ରମିକ ସ୍ପେଶାଲ ଟ୍ରେନରେ ୩ ଲକ୍ଷ ୫୦ ହଜାର ପ୍ରବାସୀ ଶ୍ରମିକ ନିଜ ରାଜ୍ୟରେ ପହଞ୍ଚା ଯାଇଛି।  ରାଜ୍ୟ ସରକାରମାନେ ରେଲେଓ୍ୱକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହାସହ ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରିଥିବା ପ୍ରବାସୀଙ୍କୁ ସହଯୋଗ କରିବାକୁ ମଧ୍ୟ ସେ କହିଛନ୍ତି । ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ଯିବା ଆସିବାରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଏହା ସହ ରାଜ୍ୟ ମାନଙ୍କରେ ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଛି  ।

You might also like