ବାଘୁଣୀର ଶକ୍ତ ପଞ୍ଝାରେ ଫଶିଥିଲେ ମାଲିକ, ମଇଁଷି ପଲ ମିଶି ଦେଲେ ନୂଆ ଜୀବନ

ସ୍ନେହର ଋଣ ଜୀବନ ବଞ୍ଚାଇ ଶୁଝିଦେଲେ

ଭୋପାଳ : ମାଲିକକୁ ନୂଆ ଜୀବନ ଦେଲେ ମଇଁଷି ପଲ । ସ୍ନେହର ଋଣ ଜୀବନ ବଞ୍ଚାଇ ଶୁଝିଦେଲେ । ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ବାଘୁଣୀର ଶକ୍ତ ପଞ୍ଜାରୁ ମାଲିକଙ୍କୁ  ରକ୍ଷା କରିଛନ୍ତି ମଇଁଷି ପଲ । ବାଘଙ୍କ ଗଡ଼ କୁହାଯାଉଥିବା ବାନ୍ଧବଗଡ଼ ବ୍ୟାଘ୍ର୍ୟ ସଂରକ୍ଷଣ ଜଙ୍ଗଲରେ ଏପରି ଘଟଣା ଘଟିଛି । ବାନ୍ଧବଗଡ଼ ଜଙ୍ଗଲ ନିକଟସ୍ଥ ଗାଁରେ ମଇଁଷି ପଲଙ୍କୁ ଚରାଇବାକୁ ଯାଇ ବାଘ ପଞ୍ଝାରେ ପଡ଼ିଯାଇଥିଲେ ଜଗୁଆଳି।

ଉମରିଆ ଜିଲ୍ଲାର ବାନ୍ଧବଗଡ଼ ବ୍ୟାଘ୍ର୍ୟ ସଂରକ୍ଷଣ ନିକଟସ୍ଥ ଗାଁ କୋଠିଆ ଚାରିପଟେ ଧନଘୋର ଜଙ୍ଗଲରେ ବେଷ୍ଟିତ ହୋଇଛି । ଏଠାରେ ଜଣେ ମଇଁଷି ଚରାଳି ରାମକିଶୋର ୟାଦବ ଗତ କିଛି ଦିନ ପୂର୍ବରୁ  ନିଜ ମଇଁଷି ପଲ ନେଇ ଜଙ୍ଗଲକୁ ଚରାଇ ପାଇଁ ପାଇଁ ଯାଇଥିଲେ । ତେବ ଦିନ ସାରା ମଇଁଷି ପଲକୁ ଚରାଇବା ପରେ ସନ୍ଧ୍ୟା ସମୟରେ ସେମାନଙ୍କୁ ନାଳରେ ପାଣି ପିଆଇଥିଲେ ଏବଂ ତାପରେ ଗାଁ ଆଡ଼କୁ ଫେରୁଥିଲା । ଆଉ ଫେରିବା ସମୟରେ କେଜାଣି କେଉଁଠି ଛପିଥିଲା ବାଘୁଣୀ ଅଚାନକ ରାମକିଶୋରଙ୍କୁ ଆକ୍ରମଣ କରିଥିଲା ।

ତେବେ ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲେ ରାମକିଶୋର । ବାଘ ପଞ୍ଝାରେ ମୃତ୍ୟୁକୁ ଅତି ନିକଟରେ ଦେଖୁଥିବା ମଇଁଷି ଚରାଳି ରକ୍ଷା କର ରକ୍ଷା କର କହି ଜୋର ଜୋରରେ ଚିତ୍କାର କରୁଥିଲେ । ହେଲେ ଜଙ୍ଗଲ ଭିତରେ ତାଙ୍କ ଚିତ୍କାର ଶୁଣିବାକୁ କେହି ନଥିଲେ । ଏପଟେ ମାଲିକକୁ ମୃତ୍ୟୁ  ମୁହଁରେ ଥିବା ଦେଖି ନିଜ ଜୀବନକୁ ଖାତିର ନକରି ଓଲଟି ପଡ଼ି ବାଘୁଣୀ ମୁହାଁ  ଦଉଡ଼ିବା ଆରମ୍ଭ କରିଥିଲେ ମଇଁଷି ପଲ । ତେବେ ଏତେ ଗୁଡ଼ିଏ ମଇଁଷିଏକାଠି ମାଡ଼ି ଆସୁଥିବା ଦେଖି ମାଲିକିକୁ ଛାଡ଼ି ଭୟରେ ଜଙ୍ଗଲମୁହାଁ ଦଉଡ଼ି ପଳାଇଥିଲା ବାଘୁଣୀ ।

ଠିକ ସମୟରେ ମଇଁଷି ପଲ ସାହାଯ୍ୟ କରିନଥିଲେ ଅକାଳରେ ରାମକିଶୋରଙ୍କର ଜୀବନ ଯାଇଥାଆନ୍ତା। ତେବ ଏ ଘଟଣା ସମ୍ପର୍କରେ ଫୋନ୍ କରି ଗାଁ ଲୋକକୁ ସୂଚନା ଦେଇଥିଲେ ମଇଁଷି ଚରାଳୀ । ଫଳରେ ଗାଁ ଲୋକଙ୍କ ସହିତ ସ୍ଥାନୀୟ ବନ ବିଭାଘର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ରାମଗୋପାଲଙ୍କୁ ନେଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି ।

ରାମକିଶୋର କହିଛନ୍ତି, ମଇଁଷି ପଲ ନଥିଲେ ସେ ଆଉ ଦୁନିଆରେ ନଥାନ୍ତେ । ବନ ବିଭାଗର ସୂଚନା ଅନୁସାରେ ମା’ ବାଘୁଣୀ ଜଙ୍ଗଲ ନିକଟରେ ଛୁଆଁ ଜନ୍ମ କରିଛି । ଆଉ ଏଥିପାଇଁ ବେଶୀ ଆକ୍ରମଣାତ୍ମକ ହୋଇଯାଇଛି । ତେବେ ବାଘୁଣୀର ଆକ୍ରମଣାତ୍ମକ ସ୍ୱଭାବକୁ ଦୃଷ୍ଟିରେ ରଖି ବନ ବିଭାଗର କର୍ମଚାରୀମାନେ ଆଖପାଖ ଗାଁର ଲୋକଙ୍କୁ ଜଙ୍ଗଲ ଯିବା ପାଇଁ ବାରଣ କରିଛନ୍ତି ।

You might also like